ଫୁଟବଲ୍ ଦଳ କିଣିଲେ ସନ୍ନି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତଥା ହଲିଉଡ୍ ଅସଡ଼ ଚଳଚ୍ଚିତ୍ରର ନାୟିକା ସନ୍ନି ଲିଓନ ଫୁଟ୍‌ବଲ୍ ଦଳର ମାଲିକାଣି ହୋଇଛନ୍ତି । ସେଲିବ୍ରେଟିଙ୍କୁ ନେଇ ଇଂଲଣ୍ଡରେ ଖେଳା ଯାଉଥିବା ଆଇପିଏଲ୍ ସକର ସେଭେନ୍‌-ଏ-ସାଇଡ୍ ଇନଡୋର ଫୁଟ୍‌ବଲ୍ ପ୍ରତିଯୋଗିତାରେ ସେ ଲିସେଷ୍ଟର ଗାଲାକଟୋସ୍ ଦଳର କିଛି ଅଂଶଧନ କିଣିଛନ୍ତି । ଏଥିନେଇ ସନ୍ନି କହିଛନ୍ତି ଯେ କ୍ରୀଡ଼ା ସାରା ବିଶ୍ୱର ଭାଷା କୁହେ । ଉଦୀୟମାନ ତାରକାଙ୍କୁ ଉତ୍ସାହିତ କରିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି । ଫୁଟ୍‌ବଲ୍ ଖେଳାଳିଙ୍କ ପାଇଁ ଏହି ଲିଗ୍ ଏକ ବଳିଷ୍ଠ ମଞ୍ଚ ହେଉଛି । ଆମ ଦଳ ମଧ୍ୟ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେବ । ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଫୁଟବଲ୍ ଦଳର ପୂର୍ବତନ ତାରକା ମାଇକେଲ୍ ଓଏନ୍ ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ