ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ, ଜଗା ୟୁନାଇଟେଡ଼ ଚାମ୍ପିୟନ
ଖୋର୍ଦ୍ଧା (ଯୁଗାଦ୍ଦ ନ୍ୟୁଜ): ଖୋର୍ଦ୍ଧା ବ୍ଲକ ମଲ୍ଲୀପୁର ପଞ୍ଚାୟତର ନିଆଳ ଗ୍ରାମରେ ଆଠ ଦିନ ଧରି ଚାଲିଥିବା ୬ଷ୍ଠ ରାଜ୍ୟସ୍ତରୀୟ ରାଧାମୋହନ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରବିବାର ଫାଇନାଲ୍ ମ୍ୟାଚ ହୋଇଥିଲା । ନିଆଳ ଆର୍ଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜଗା ୟୁନାଇଟେଡ଼ ଭୁବନେଶ୍ୱର ଓ ଉତ୍କଳ ସ୍ପୋଟିଂ ଜଟଣୀ ମଧ୍ୟରେ ହୋଇଥିଲା । ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇନପାରିବାକୁ ଟ୍ରାଇବ୍ରେକର ଯୋଗେ ଖେଳର ନିଷ୍ପତ୍ତି କରାଯାଇଥିଲା । ଯାହାର ଫଳ ସ୍ୱରୂପ ଜଗା ୟୁନାଇଟେଡ଼ ଦଳ ୫-୪ଗୋଲରେ ଜିତି ଚଳିତ ବର୍ଷର ଚାମ୍ପିଅନ ହୋଇଛି । ସରପଞ୍ଚ ବିଜୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପିନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ରାମଚନ୍ଦ୍ର ସାମନ୍ତରାୟ, କେରଙ୍ଗର ପୂର୍ବତନ ସରପଞ୍ଚ ମୁନିରୁଦ୍ଧିନ ଖାନ ପ୍ରମୁଖ ଯୋଗଦେଇ ଚାମ୍ପିଅନ ଦଳକୁ ୧୫ହଜର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ ଦଳକୁ ୧୦ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ ଏମ୍ ଏସ୍ ବେଗ୍ ଓ ଲାଇନରେ ସହାୟତା କରିଥିଲେ ରବିନାରାୟଣ ରଣା ଓ ସୁଶାନ୍ତ ମିଶ୍ର ।