ଫୁଟ୍ଫାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୮ ମୃତ
ଅହମଦାବାଦ୍: ଦିନରେ କଠନି ପରିଶ୍ରମ କରି ରାତିରେ ଫୁଟ୍ପାଥ ଉପରେ ଶୋଇଥିବା ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବା ଯୋଗୁଁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁୃ ଘଟିଛି । ଏହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗୁଜୁରାଟର ଅମରେଲୀ ଠାରେ । ସୋମବାର ଦ୍ରୁତ ଗତିରେ ଆସୁଥିବା ଏକ ମାଲବୋଝେଇ ଟ୍ରକ୍ ସଡ଼କ କଡ଼ରେ ଶୋଇଥିବା ୧୦ ମଜୁରିଆଙ୍କ ଉପରେ ଚଢ଼ି ଗଲା । ଏଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାବ୍ୟତୀତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ବର୍ତ୍ତମାନ ଏବେ ଚିକିତ୍ସା ଚାଲିଛି । ଏହି ଘଟଣା ସକାଳ ୩ଟା ବେଳେ ହୋଇଥିବା ଜଣାପଡ଼ିଛି । ସୁଚନା ମୁତାବକ, ମୃତକଙ୍କ ମଧ୍ୟରେ ଦୁଇଜଣ ୧୩ ବର୍ଷର ପିଲାଥିବା ଜଣାପଡ଼ିଛି । ବନ୍ଧାଦା ଗାଁର ହୋଇଥିବା ଘଟଣା ମଧ୍ୟରେ ଛୋଟ ଛୋଟ ପିଲା ମଧ୍ୟ ଆହତ ହୋଇଛନ୍ତି । ତେବେ ଉକ୍ତ ଟ୍ରକ୍ ଚାଳକ ଜଣକ ଗାଡ଼ିକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ଟ୍ରକ୍ ଟି ଯାଇ ସଡ଼କ ପାଖରେ ଥିବା ଏକ କୁଡ଼ିଆ ଉପରକୁ ମାଡ଼ି ଯାଇଥିଲା ।