ରୋବର୍ଟ କଲା କିଡନି ପ୍ରତିରୋପଣ
ନୂଆଦିଲ୍ଲୀ:ଚିକିତ୍ସା ବିଜ୍ଞାନରେ ଭାରତୀୟ ଡାକ୍ତରମାନଙ୍କୁ ମିଳିଛି ଅଦ୍ଭୁତପୂର୍ବ ସଫଳତା। ଡାକ୍ତରମାନେ ଆଗରୁ ମେସିନ ସହାୟତାରେ ଅନେକ ସର୍ଜରି କରିଥିବା କଥା ଆପଣ ଜାଣିଥିବେ, ହେଲେ ରୋବର୍ଟ ମାଧ୍ୟମରେ ସର୍ଜରି କରାଯାଇଥିବା କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ଥିବା ସଂଜୟ ଗାନ୍ଧୀ ଆର୍ୟୁବିଜ୍ଞାନ ସଂସ୍ଥାନ (ଏସଜିପିଜିଆଇ)ରେ ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନି ପ୍ରତିରୋପଣ ରୋବର୍ଟ ମାଧ୍ୟମରେ କରାଯାଇଛି । ନେଫ୍ରୋଲୋଜି, ୟୁରୋଲୋଜି ଓ ଆନେସ୍ଥେସିଆ ବିଭାଗର ଡାକ୍ତରମାନେ ରୋବର୍ଟ ମାଧ୍ୟମରେ ଏଭଳି ବିରଳ ସର୍ଜରି କରିବାରେ ସଫଳ ହୋଇଛନ୍ତି । ବାରବାଙ୍କିରେ ରହୁଥିବା ଜଣେ ୪୨ ବର୍ଷିୟ ମହିଳାଙ୍କ କିଡନି ପ୍ରତିରୋପଣ ରୋବଟିକ ସର୍ଜରି ମାଧ୍ୟମରେ କରାଯାଇଛି ।


