ଫୁଲବାଣୀରେ ବଣିକ ସଂଘ ପକ୍ଷରୁ ୭ ଦିନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦପାଇଁ ପ୍ରସ୍ତାବ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୧୬ ରେ ପହଂଚି ଚାରି ହଜାରକୁ ପାଖେଇ ଥିବାବେଳେ ଫୁଲବାଣୀ ସହରରେ ଆଜିର ସଂକ୍ରମିତ ମାନଙ୍କୁ ମିଶାଇ ୫୮୫ହେଲାଣି । ସଂକ୍ରମଣକୁ ରୋକିବାରେ ପ୍ରଶାସନ ଓ ପୋଲିସ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ପର୍ଯ୍ୟପ୍ତ ହେଉନାହିଁ ଏବଂ ଏହି ପଦକ୍ଷେପକୁ ଲୋକେ ମାନୁ ନଥିବାରୁ ଏହି ସଂକ୍ରମଣର ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ଏହାଦ୍ୱାରା ଅଳ୍ପ ଦିନରେ ସଂକ୍ରମଣ ସମେତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଡଛି । ସେଥିପାଇଁ ସହରରେ ଥିବା ଦୋକାନ ବଜାର ଗୁଡିକରେ ବିଭିନ୍ନ ବ୍ୟବସାୟୀ ମାନେ ମଧ୍ୟ ନିରୁପାୟ ହୋଇ ଦୋକାନ ଖୋଲିଲେ ମଧ୍ୟ ଲୋକଙ୍କୁ ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଫଳରେ ସେମାନଙ୍କର ମଧ୍ୟ ଜୀବନ ଜୀବିକା ବିପନ୍ନ ହେଉଛି । ଏହାକୁ ଦୃଷ୍ଟିରେ ରଖି ସହର ବଣିକ ସଂଘ ପକ୍ଷରୁ କର୍ମକର୍ତା ମାନଙ୍କର ଏକ ବୈଠକରେ ଆଲୋଚନା କରାଯିବାପରେ ଫୁଲବାଣୀରେ ଥିବା ସମସ୍ତ ଦୋକାନ ବଜାର ସବୁ ୭ ଦିନ ପାଇଁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହି ସକ୍ରାନ୍ତରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ସହର ବଣିକ ସଂଘ ପକ୍ଷରୁ ଲିଖିତ ଭାବରେ ଜଣାଇ ଦିଆଯାଇଛି । ୭ ଦିନିଆ ବନ୍ଦ ଅବଧି ଭିତରେ ଫୁଲବାଣୀ ସହରରେ କୋଭିଡ ପରୀକ୍ଷାକୁ ବ୍ୟାପକ କରାଯାଇ ସମସ୍ତ ଦୋକାନ ବଜାର ଗୁଡିକୁ ବିଶୋଧନ କରାଯିବା ଓ ଅମାନିଆ ମାନଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିବେଦନ କରାଯାଇଛି । ତେବେ ସେମାନଙ୍କର ଏହି ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ସହର ବଣିକ ସଂଘ ପକ୍ଷରୁ କୁହା ଯାଇଛି । ତେବେ ସଂଘର ଏହି ଅନୁରୋଧକୁ ରକ୍ଷା କରାଗଲେ ସହରବାସୀଙ୍କ ପାଇଁ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବେ ବୋଲି ସହର ବଣିକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି । ତେବେ ଏହି ବନ୍ଦ କେବେ ଓ ତେକେବେଳେ ହେବ ତାହା ଜିଲ୍ଲା ପ୍ରଶାସନ ନିଷ୍ପତି ନେବେ ବୋଲି ବଣିକ ସଂଘର ସଭାପତି ଅଶୋକ କୁମାର ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ