ଫୁଲବାଣୀରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରେଡକ୍ରସର୍ ଜନ୍ମଦାତା ଜହନହେନେରୀ ଡୁନାଣ୍ଟଙ୍କ ତୈଳଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ରେଡକ୍ରସ୍ ସଂପାଦକ ପ୍ରଦ୍ୟୁମ୍ନ ମଣ୍ଡଳ,ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ.ଜୟଦୀପ ଘୋଷ, ରାଜ୍ୟ ରେଡକ୍ରସ ସଦସ୍ୟ ପ୍ରଶାନ୍ତ କୁମାର ବେହେରା, ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସେଠୀ, ପ୍ରଶିକ୍ଷକ ନୃସିଂହାନନ୍ଦ ମହାପାତ୍ର ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ । ଶିବିରରେ ରକ୍ତଭଣ୍ଡାର କର୍ମଚାରୀ ତୁଷାରକାନ୍ତ ପ୍ରଧାନ, ଦିନକୃଷ୍ଣ ମହନ୍ତ,ସୂଜିତ କୁମାର ସାହୁ,ଲକ୍ଷ୍ମୀଧର ମଣ୍ଡଳ,ପ୍ରଶାନ୍ତ କୁମାର ରତ୍ନାଲୁ, ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଶିବିରରେ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ସମେତ ପ୍ରଶାନ୍ତ କୁମାର ବେହେରା,ଡ.ନୃସିଂହାନନ୍ଦ ମହାପାତ୍ର ଓ ମଧୁସ୍ମିତା ସିଂ,ଦେବାଶିସ ମଲ୍ଲିକ,ସୁଶାନ୍ତ କୁମାର ସାହୁ,ରଶ୍ମିରଞ୍ଜନ ବେହେରା ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ସମେତ ଫୁଲବାଣୀ ପଲିଟେକନିକ୍ କଲେଜର ଛାତ୍ର ମାନେ ସ୍ୱେଛାକୃତ ଭାବରେ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରରେ ଅନୁଷ୍ଠାନର ଏସ.ଏନ ତରାଇ,ରଶ୍ମିରଞ୍ଜନ ବେହେରା, କମଳକୁମାର ସ୍ୱାଇଁ, ପ୍ରମୁଖ ସହାୟତା କରିଥିଲେ ।


