ବିଜେପି ନେତା ବିଜୟ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଭିତରସୁବଳା ଗ୍ରାମର ବିଜୟ କୁମାର ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅତିଥି ଭାବେ କବୟତ୍ରୀ ଅବନ୍ତୀ ବେହେରା, ବିଜେପି ନେତା ଦିଲ୍ଲିପ ଦାଶ, ଶ୍ରମିକ ନେତା ଫକୀର ଚରଣ ଖଟୁଆ, ସାମ୍ବାଦିକ ନାରାୟଣ ସାହାଣୀ, ଆଇନଜୀବୀ ଆଶିଷ ସେନାପତି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେଗ୍ରେସ ନେତା ପ୍ରଫୁଲ୍ଲ ଦାସ,ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଆଇନଜୀବୀ ସରୋଜରାଜ ସିଂ, ଗୋଲଖ ପଢିଆରୀ, ରଣଧୀର ଜେନା, ଶୈଳବାଳା ସାମଲ, ମୁକ୍ତାର ଖାଁ, ଗୋପାଳକୃଷ୍ଣ ଜେନା, ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ସାମ୍ବାଦିକ ଅମରବର ବିଶ୍ୱାଳ, ଯଶ୍ମିନ ପରୱିନ, ସେକ ସୈାକତ ଖାନ, କୈଳାସ ଚନ୍ଦ୍ର ମହାନ୍ତି, ପ୍ରଦୀପ କୁମାର ନାୟକ, ସେକ ସାମବାବୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ପ୍ରଧାନଙ୍କ ଆତ୍ମାର ସଦଗତି କାମନା କରାଯାଇ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସୁଶ୍ରୀ ମମତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ