ଫୁଲବାଣୀରେ ୭୪ତମ ସ୍ଵାଧିନତା ଦିବସ ପାଳିତ

ଫୁଲବାଣୀ, (ସୁନିଲ କୁମାର ବେହେରା):ଆଜି ପ୍ରବଳ ବର୍ଷା ରେ ମଧ୍ୟ ପ୍ରେସ କ୍ଳବ ଠାରେ ସାମାଜିକ ଦୂରତା ରକ୍ଷା କରି ସକଳ ୭.୩୦ ରେ କ୍ଳବ ର ସଭାପତି ଶିବପ୍ରସାଦ ତ୍ରିପାଠୀ ପତାକା ଉତ୍ତୋଳନ କରି ଥିଲେ । ତାପରେ ୯ ଟା ସମୟ ରେ ପେଞ୍ଜିସାହି ଗ୍ରାମ କମିଟି ଓ ଜିଲ୍ଲା ଘାଷି ସମାଜ କଲ୍ୟାଣ କମିଟି ର ମିଳିତ ଆନୁକୁଲ୍ୟା ରେ ପେଞ୍ଜିସାହି ଠାରେ ୭୪ତମ ସ୍ଵାଧୀନତା ଦିବସ ପାଳନ ଅବସର ରେ କଣ୍ଠ ଶିଳ୍ପୀ ଜଳନ୍ଧର ବେହେରା ଜାତୀୟ ପତାକା ଉତଲନ କରିଥିଲେ । ଏହା ପରେ ପୌରପରିଷଦ କାର୍ଯ୍ୟରତ ସଫାଇ କର୍ମଚାରୀ ଙ୍କୁ କୋରନା ଯୋଦ୍ଧା ରୂପେ ସନ୍ନମାନିତ କରାଗଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତଥି ରୂପେ ପୌର ପରିଷଦ ର ନିର୍ବାହି ଅଧିକାରୀ ବଳଦେବ ବେହେରା ଏବଂ ସନମାନିତ ଅତିଥୀ ରୂପେ ଜିଲ୍ଲା ଘଷି ସମାଜ କଲ୍ୟାଣ ସମିତି ର ଉପଦେଷ୍ଟା ତଥା ଆଇନଜୀବି ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ଶ୍ରୀ ସତ୍ୟନାରାୟଣ ବେହେରା ଉପସ୍ଥିତ ରହି କୋରନା ଯୋଦ୍ଧା ଙ୍କୁ ବସ୍ତ୍ର ପ୍ରଦାନ କରି ଉତ୍ସାହିତ କରି ଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ବେହେରା, ପେଞ୍ଜିସାହି ଗ୍ରାମ କମିଟି ର ମୁଖ୍ୟ ପ୍ରତାପ ମୁଖି, ସୁଶାନ୍ତ ମୁଖି ଓ ବିଜୟ ମୁଖୀ ଙ୍କୁ ସମାଜ ସେବା ନିମନ୍ତେ ପ୍ରଶଂସା କରିଥିଲେ । ୧୫୦ ରୁ ଉର୍ଦ୍ଧ ସଫାଇ କର୍ମଚାରୀ ଙ୍କୁ ସଂମ୍ମାନୀତ କରିବା କୁ ପେଞ୍ଜିସାହି ର ସଭାପତି ମୁନା ବେହେରା ,ଆନନ୍ଦ ମୁଖୀ ସମ୍ପୂର୍ଣ ସହଜଗ କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମ ରେ ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି କାର‌୍ୟ୍ୟକ୍ରମ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ