ସ୍ୱାଧୀନତା ଦିବସରେ ମଧ୍ୟ ସଟଡାଉନ କଟକଣା କଡାକଡି

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ);କରୋନା ସଂକ୍ରମଣର ଭୟାବହତା କୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ତିରିଂ ଥାନା ଅଧିନରେ ଥିବା ଝରାଡିହି ଫାଣ୍ଡି ପକ୍ଷରୁ ଝରାଡିହି ଠାରେ ହେଲ୍ମେଟ୍ ଓ ମାସ୍କ ଚେକିଂ କଡାକଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା।
ଝରାଡିହି ଫାଣ୍ଡି କାର୍ଯ୍ୟାଳୟ ପରିସରରେ ପ୍ରାୟଃ ୯’ଟା ରେ  ୭୪’ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ପରେ ଝରାଡିହି ରାଜସ୍ବ ନିରୀକ୍ଷକ’ଙ୍କ କାର୍ଯ୍ୟାଳୟ ସମ୍ମୁଖ ମୂଖ୍ୟ ରାସ୍ତା ଉପରେ ଫାଣ୍ଡି ଅଧିକାରୀ ସତ୍ୟବାନ ଗିରି ଙ୍କ ନେତୃତ୍ବରେ ସଦଳବଳ ମାସ୍କ ଓ ହେଲମେଟ ଚେକିଂ ଚାଲିଥିଲା।ଚେକିଂ ସମୟରେ କିଏ ହେଲମେଟ୍ ପିନ୍ଧିଥିଲାବେଳେ ମାସ୍କ ଲଗାଇ ନଥିଲେ ତ ଆଉ କେହି ମାସ୍କ ଲଗାଇଥିଲା ବେଳେ ବିନା ହେଲମେଟରେ ଥିଲେ।ଏଠାରେ ସମସ୍ତଙ୍କ ଠାରୁ ୫’ଶହ ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା। ଶନିବାର ଓ ରବିବାର ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ସଟଡାଉନ ପାଳନ ହେଉଥିଲା ବେଳେ ପୋଲିସ୍ ପ୍ରଶାସନ ପକ୍ଷରୁ ଏହି ଦୁଇଦିନ ହେଲମେଟ୍ ଓ ମାସ୍କ ଚେକିଂ କଡାକଡି ଭାବେ କରାଯାଉଥିବା ଦେଖିବାକୁ ମିଳୁଛି।ହେଲେ ଏଠାରେ ଧରା ପଡିଥବା ଅଧିକାଂଶ ଯୁବକ ଗ୍ରାମାଞ୍ଚଳ ଫୁଟବଲ ଖେଳରେ ଭାଗ ନେବାକୁ ଓ ଖେଳ ଉପଭୋଗ କରିବାକୁ ଯାଉଥିଲେ।ସଟଡାଉନ ଓ ଲୋକ୍ ଡାଉନ କରାଯାଇ ତଥା ବିଭିନ୍ନ ଉପାୟରେ ସରକାର ଓ ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲା ବେଳେ ପ୍ରଶାସନର ନାକ ତଳେ ଗ୍ରାମାଞ୍ଚଳ ଗୁଡିକରେ ରୀତିମତ ଫୁଟବଲ ଓ କ୍ରିକେଟ ଖେଳ ଆୟୋଜିତ ହେଉଛି।ଏଥିରେ ଆଖପାଖ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଓ ସୀମାନ୍ତ ବର୍ତ୍ତି ଅଞ୍ଚଳ ହୋଇଥିବାରୁ ଝାରଖଣ୍ଡ ଅଞ୍ଚଳରୁ ମଧ୍ୟ ଖେଳରେ ଭାଗ ନେବାକୁ ଓ ଖେଳ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ପହଞ୍ଚି ଥାନ୍ତି ଫଳରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ସବୁପ୍ରକାର ପ୍ରୟାସ ସତ୍ବେ କୋଭିଡ୍-୧୯’ ଅଭିଯାନ ନିଶ୍ଚିତ ରୂପେ ବାଧାପ୍ରାପ୍ତ ହେଉଛି।କରୋନା କଟକଣା ବେଳେ ପୋଲିସ ପ୍ରସାଶନ ର ମାତ୍ରାଧିକ ବଳ ପ୍ରୟୋଗ ଓ ଅଶାଳିନ ବ୍ୟବହାର ଫଳରେ ସାଧାରଣ ଜନତା ଓ ପୋଲିସ ପ୍ରଶାସନ ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କରେ ଫାଟ ଓ ତାଳମେଳ ର ଅଭାବ ଯୋଗୁଁ କଟକଣା ଉଲ୍ଲଂଘନ ସମ୍ବନ୍ଧରେ ପୋଲିସ୍ ପ୍ରଶାସନ ପାଖରେ ଖବର ପହଞ୍ଚି ପାରୁନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।ତେବେ ଗ୍ରାମାଞ୍ଚଳ ଗୁଡିକରେ ଆୟୋଜିତ ହେଉଥିବା ଏହି ଖେଳ ପ୍ରତିଯୋଗିତା ଗୁଡିକ ନଶ୍ଚିତ ଭାବେ ରୋକା ଯିବାର ଆବଶ୍ୟକତା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ