ଫୁଲବାଣୀ ନଗର ସଭାପତି ହେଲେ ପାର୍ଥ ବିଶ୍ୱାଳ; ବିଭିନ୍ନ ମହଲରେ ଶୁଭେଚ୍ଛା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲାର ବ୍ଳକ ଓ ଜିଲାସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଥିବା ବେଳେ ଫୁଲବାଣୀ ପୌର ପରିଷଦର ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଯୁବନେତା ପାର୍ଥ ସାରଥୀ ବିଶ୍ୱାଳ। ଏ ନେଇ  ଦଳର ଯୁବନେତାମାନେ ସ୍ୱାଗତ କରିଥିଲେ । ଏଥି ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ, ଜିଲା ସଭାପତି ସରୋଜ କର୍ଣ୍ଣ, ଯୁବ ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ଫୁଳବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର ଓ ଜିଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ଚରଣ ମଲିକଙ୍କୁ କୃତଜ୍ଞତା ଜଣାଯାଇଛି । ତାଙ୍କ ଉପରେ ଆସ୍ଥା ରଖି ଏହି ନିଯୁକ୍ତି ଦିଆଯାଇଥିବା ଯୋଗୁଁ ସେ ନିଶ୍ଚିତ ଭାବେ ସହରରେ ଯୁବ ସଂଗଠନକୁ ସୁଦୃଢ କରିବେ ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି । ନୂତନ ନିଯୁକ୍ତି ପରେ ପାର୍ଥଙ୍କୁ ବିଭିନ୍ନ ମହଲରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ