ଫେବ୍ରୁଆରୀରେ ୨.୯୩% ବଢିଲା ପାଇକାରୀ ମୁଦ୍ରାସ୍ଫିତି
ନୂଆଦିଲ୍ଲୀ, (ଏଜେନ୍ସି): ଇନ୍ଧନ, ବିଦ୍ୟୁତ୍ ଏବଂ ପ୍ରାଥମିକ ସାମଗ୍ରୀର ମୂଲ୍ୟ ବଢ଼ିବା ଦ୍ୱାରା ଫେବ୍ରୁଆରୀରେ ଫାଇକାରୀ ମୁଦ୍ରାସ୍ଫିତି ବୃଦ୍ଧି ପାଇ ୨.୯୩%ରେ ପହଞ୍ଚିଛି । ଏହି ତଥ୍ୟ ସରକାରଙ୍କ ପକ୍ଷରୁ ଜାରି ଏକ ଆକଳନରୁ ଜଣାପଡ଼ିଛି । ପାଇକାରୀ ମୂଲ୍ୟ ସୂଚକାଂକ ଆଧାରିତ ମୁଦ୍ରାସ୍ଫିତି ଜାନୁଆରୀରେ ୨.୭୬% ଥିଲା । ଗତ ଫେବ୍ରୁଆରୀରେ ଏହା ୨.୭୪% ଥିଲା । ଆକଳନ ଅନୁସାରେ ପ୍ରାଥମିକ ବସ୍ତୁର ମୁଦ୍ରାସ୍ଫିତି ହାର ଜାନୁଆରୀର ୩.୫୪% ତୁଳନାରେ ଫେବ୍ରୁଆରୀରେ ବୃଦ୍ଧି ପାଇ୪.୮୪%ରେ ପହଞ୍ଚିଛି । ପ୍ରାଥମିକ ସାମଗ୍ରୀରେ ଆଳୁ, ପିଆଜ, ଫଳ ଓ ଦୁଗ୍ଧ ପରି ରୋଷେଇର ଅତ୍ୟାବଶ୍ୟକ ସାମଗ୍ରୀ ସାମିଲ ରହିଛି । ଏହି ସମୟରେ ଇନ୍ଧନ ଏବଂ ବିଦ୍ୟୁତ୍ର ମୁଦ୍ରାସ୍ଫିତି ୨.୨୩% ବୃଦ୍ଧି ପାଇଛି । ଜାନୁଆରୀରେ ଏଥିରେ ୧.୮୫% ବୃଦ୍ଧି ହୋଇଥିଲା ।c


