ଫେରିବେ ଦଲ୍‌ଜିତ୍‌

ମୁମ୍ବାଇ: “ବିଗ୍ ବସ୍‌-୧୩’ରୁ ପ୍ରଥମେ ଏଲିମିନେଟ୍ ହୋଇଥିବା ପ୍ରତିଯୋଗୀ ହେଉଛନ୍ତି ଟେଲି ଅଭିନେତ୍ରୀ ଦଲ୍‌ଜିତ୍ କୌର୍ । ସେ ମାତ୍ର ଦୁଇ ସପ୍ତାହରେ ହିଁ ଘରୁ ବାହାରି ଯାଇଥିଲେ । କିନ୍ତୁ ସେହି କମ୍ ସମୟ ଭିତରେ ହି ଦଲ୍‌ଜିତ୍ ସମସ୍ତଙ୍କ ମନ ଜିତି ନେଇଥିଲେ । ସେଥିପାଇଁ ତ ସୋଶାଲ୍ ମିଡିଆରେ ତାଙ୍କ ଏଭିକ୍ସନକୁ ଫ୍ୟାନମାନେ ତୀବ୍ର ବିରୋଧ କରିଥିଲେ । ଦଲ୍‌ଜିତ୍ “ବିଗ୍ ବସ୍‌-୧୩’ରେ ସାମିଲ୍ ହେବା ପାଇଁ ତାଙ୍କ ଶା’ “ଗୁଡ୍ଡନ୍ ତୁମସେ ନା ହୋପାଏଗା’ ଛାଡ଼ି ଦେଇଥିଲେ । ତେବେ ଏବେ ଖବର ଆସୁଛି ଯେ ସେ ଏହି ଶୋ’କୁ କମ୍ ବ୍ୟାକ୍ କରିବେ । ସୂଚନା ଅନୁଯାୟୀ, ସେ ଏହି ସିରିଏଲରେ ନେଗେଟିଭ୍ ଚରିତ୍ରରେ ପୁଣି ଥରେ ଏଣ୍ଟ୍ରି କରିବେ । ବିଗ୍ ବସ୍ ଘରେ ଦଲ୍‌ଜିତ୍‌ ଙ୍କର ଦୁଇ ସପ୍ତାହର ରହଣି ବେଶ୍ ଭଲ ଥିଲା । ସେ କାହାକୁ ଖରାପ ବ୍ୟବହାର କରି ନଥିଲେ କି କାହା ସହିତ ଅଯଥାରେ କଳିଝଗଡ଼ା କରି ନଥିଲେ । ଓଲଟି ତାଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏପରିକି ସଲମାନ୍ ଖାନ୍ ମଧ୍ୟଦଲ୍‌ଜିତ୍‌ ଙ୍କୁ ଘରୁ ବାହାର କରିବା ସମୟରେ ବେଶ୍ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ