ଫେରିଲେ ରାକେଶ

ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ପୁଣିଥରେ କାମ ଆରମ୍ଭ କରିଥିବା ଜଣାପଡିଛି । ଗତବର୍ଷ ସେ କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସର୍ଜରୀ କରାଯାଇଥିଲା । ଏହାପରେ ସେ କିଛି ସମୟ ପାଇଁ ନିଜ କାର୍ଯ୍ୟରୁ ବିରତି ନେଇଥିଲେ । ଏବେ ସେ ସୁସ୍ଥ ହାଇ ଫେରିବା ପରେ ପୁଣି ଥରେ “କ୍ରିସ୍ ୪’ର କାମ ଆରମ୍ଭ କରିଛନ୍ତି ବୋଲି ଶୁଣିବାକୁ ମିଳିଛି । ଗତବର୍ଷ ସେ ଏହି ଫିଲ୍ମର କାମ ଆରମ୍ଭ କରିଥିବା ବେଳେ ଚିକତ୍ସା ପାଇଁ ଅଧାରୁ କାମ ଅଟକାଇବାକୁ ପଡିଥିଲା । ହେଲେ ଏବେ ସେ ସୁସ୍ଥ ହୋଇ ଫେରିଥିବାରୁ ଖୁବ୍ଶୀଘ୍ର ଏହି କାମକୁ ଶେଷ କରିବେ ବୋଲି ଜଣାପଡିଛି । ତେବେ ସେ କ୍ୟାନସରରେ ପୀଡିତ ଥିବା କଥା ପ୍ରଥମେ ତାଙ୍କ ପୁଅ ହ୍ରିତିକ ରୋଶନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ