ଫେରୁଛନ୍ତି ପ୍ରବାସୀ ଓଡ଼ିଆ, ସିମନବାଡ଼ି ସଙ୍ଗରୋଧ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କଲେ ବିଡିଓ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକକୁ ପର‌୍ୟ୍ୟାୟ କ୍ରମେ ଫେରିବାରେ ଲାଗିଛନ୍ତି ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ, ସେମାନଙ୍କ ପାଇଁ ଦାରିଙ୍ଗବାଡି ବ୍ଲକରେ ୪୪ଟି ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି,ବର୍ତ୍ତମାନ ସୁଦ୍ଧା ଦାରିଙ୍ଗବାଡିକୁ ଫେରିଥିବା ୯୬ଜଣଙ୍କୁ ଦାରିଙ୍ଗବାଡିର ଡବେରୀ ସେବାଶ୍ରମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ, ଆମ୍ବେଦକର କଲେଜଠାରେ ଅସ୍ଥାୟୀ ହସ୍ପିଟାଲ ଓ କନ୍ୟାଶ୍ରମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି, ତେବେ ବର୍ତ୍ତମାନ ପ୍ରବାସୀ ଓଡ଼ିଆ ମାନେ ଅଧିକା ସଂଖ୍ୟାରେ ଆସୁଥିବାରୁ ବ୍ଲକରେ ପ୍ରସ୍ତୁତ ହୋଇଥିବା ସମସ୍ତ ସଙ୍ଗରୋଧ କେନ୍ଦ୍ର ଗୁଡିକୁ ଦାରିଙ୍ଗବାଡି ବିଡିଓ ଡଃ, ଜଗଦୀଶ ଷଡ଼ଙ୍ଗୀ ଗସ୍ତ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କିପରି ହୋଇପାରିଛି ସେଠାକୁ ପ୍ରବାସୀ ମାନେ ଆସିବା ପରେ ଯେପରି କୌଣସି ପ୍ରକାରର ଅସୁବିଧା ନ ହୁଏ ସେ ନେଇ ଅନୁଧ୍ୟାନ କରିଛନ୍ତି, ବିଡିଓ ଷଡ଼ଙ୍ଗୀ ସିମନବାଡ଼ି ସରକାରୀ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପହଂଚି ଖାଦ୍ୟପେୟ ସହିତ ପିଇବା ପାଣି, ବିଜୁଳି ଓ ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପର୍କରେ ଅନୁଧ୍ୟାନ କରିଥିଲେ, ସିମନବାଡ଼ି ପଞ୍ଚାୟତ ଦାୟିତ୍ୱରେ ଥିବା ନୋଡାଲ ଅଫିସର ଦିଲୀପ କୁମାର ସାହୁଙ୍କ ସମେତ ସିମନବାଡ଼ି ସରପଞ୍ଚ ପ୍ରତିନିଧି ପରମେ ପ୍ରଧାନଙ୍କ ସହିତ ବିଡିଓ ସମସ୍ତ ବିଷୟରେ ଆଲୋଚନା କରିଥିଲେ, ସିମନବାଡ଼ି ସଙ୍ଗରୋଧ କେନ୍ଦ୍ରରେ ୯୬ଟି ଶଯ୍ୟା ପ୍ରସ୍ତୁତ ହୋଇଥିବା ବେଳେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ନେଇ ସରପଞ୍ଚଙ୍କ ପ୍ରତିନିଧି ପରମେ ପ୍ରଧାନ ଓ ନୋଡାଲ ଅଫିସର ଦିଲୀପ ସାହୁ କହିଥିଲେ, ବିଡିଓଙ୍କ ସହିତ ବ୍ଲକ ଆକାଉଣ୍ଟସ ଅଫିସର କ୍ଷେତ୍ରୀବର ଜାନୀ ଉପସ୍ଥିତ ରହିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ