ଦାରିଙ୍ଗବାଡିରେ ବ୍ରହ୍ମକମଳ ଫୁଲ ଦେଖିବାକୁ ଭିଡ଼
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକନିବାସୀ ଯୁବରାଜ ଅଧିକାରୀଙ୍କ ଘର ବାଡ଼ିରେ ଏକ ବିରଳ ବ୍ରହ୍ମକମଳ (ପାରିଜାତ) ଫୁଲ ଗତକାଲି ରାତିରେ ଫୁଟିଛି, ବିରଳ ବ୍ରହ୍ମ କମଳ ଫୁଲ ସାଧାରଣରେ କିଛି ସ୍ଥାନରେ ଦେଖିବାକୁ ମିଳିଥାଏ, ବିରଳ ଫୁଲ ଫୁଟିଥିବା ନେଇ ଅଂଚଳରେ ଖବର ବ୍ୟାପିବା ପରେ ବହୁ ସଂଖ୍ୟାରେ ଲୋକ ଏହି ଫୁଲକୁ ଦେଖିବା ପାଇଁ ଅଧିକାରୀଙ୍କ ବଗିଚାରେ ସାମାଜିକ ଦୂରତା ରକ୍ଷାକରି ଦେଖିବାକୁ ଆସୁଥିଲେ, ଘରମାଲିକ ଯୁବରାଜ ଅଧିକାରୀ ବ୍ରହ୍ମ କମଳ ଫୁଲ ଗଛଟିକୁ ଅତି ଯତ୍ନର ସହିତ ତଦାରଖ କରୁଥିବା ବେଳେ ଏବେ ଏହି ବିରଳ ଫୁଲ ଏକାଥରକେ ୩/୪ଟି ଫୁଟିଥିବାରୁ ସେଖୁବ ଆନନ୍ଦ ପ୍ରକାଶ କରିଛନ୍ତି,


