ଫେସବୁକ୍‌ରୁ ପ୍ରେମ : ଶାରୀରିକ ସମ୍ପର୍କ ପରେ ପ୍ରତାରଣା : ଥାନାରେ ଏତଲା ଦେଲେ ପ୍ରେମିକା…

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଗଇଲି ଗ୍ରାମର ପ୍ରିୟରଞ୍ଜନ ବେହେରା ଛତିଶଗଡ଼ ରାଜ୍ୟର ଭିଲାଇ ଅଞ୍ଚଳର ଯୁବତୀଙ୍କ ସହିତ ୨୦୧୮ମସିହାରେ ପ୍ରଥମେ ଫେସବୁକରୁ ସମ୍ପର୍କ ସ୍ଥାପନ ହେଲାପରେ ଫୋନ୍‌ ଯୋଗେ କଥାବାର୍ତ୍ତା ଆରମ୍ଭରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏବଂ ୨୦୧୯ ମସିହାରେ ପ୍ରିୟ ରଞ୍ଜନ ଭିଲାଇ ଆସି ଯୁବତୀଙ୍କ ସହିତ ଦେଖା ସାକ୍ଷାତ କରିଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ଜଣକ ଗର୍ଭବତୀ ହେବାରୁ ବିବାହ ପାଇଁ ଜିଦ୍‌ କରିବାରୁ ୨୦୧୯ ମସିହା ଫେବୃଆରୀ ମାସରେ ଭିଲାଇର ଏକ ଶିବ ମନ୍ଦିରରେ ହିନ୍ଦୁ ରୀତି ନୀତି ଅନୁସାରେ ଦୁହେଁ ବିବାହ କରିଥିଲେ ।ଯେହେତୁ ଯୁବତୀଙ୍କ ବାପା ଜଣେ ପାରାଲିଶିସ ରୋଗୀ ଓ ତାଙ୍କ ପରିବାରରେ ଅନ୍ୟ କେହି ନଥିବାରୁ ଯୁବତୀ ଜଣକ ନିଜର ଶଶୁର ଘରକୁ ନଯାଇ ନିଜ ଘରେ ରହି ବାପାଙ୍କ ଦେଖାଶୁଣା କରୁଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିଲା । ଯୁବକ ଜଣକ ଭିଲାଇ ଆସୁଥିଲେ ଓ ସ୍ୱାମୀ ସ୍ତ୍ରୀ ଭଳି ଦୁହେଁ ଯୁବତୀ ଘରେ ରହୁଥିଲେ । ଜୁନ ୨୦୨୧ ମସିହା ପର ଠାରୁ ପ୍ରିୟ ଯୁବତୀ ସହିତ କୌଣସି ସମ୍ପର୍କ ରଖିଲେ ନାହିଁ କି ଫୋନ୍‌ କଲେ ଫୋନ୍‌ ଉଠାଇଲେ ନାହିଁ । ଯୁବତୀ ଜଣକ ବାଧ୍ୟ ହୋଇ ତା ମାମୁଁ ପୁଅ ଭାଇ ସହିତ ଭିଲାଇ ରୁ ଆସି ଯଶୀପୁର ପ୍ରିୟ ଘରେ ପହଞ୍ଚିଲେ । କିନ୍ତୁ ମୁଦାଲା ଘରେ ନଥିବା ଦର୍ଶାଇ ତାଙ୍କ ପିତା ମାତା ଘରେ ରଖିବେ ନାହିଁ ବୋଲି ମନାକରିଦେଲେ ଓ ଭିଲାଇ ଫେରିଯିବା ପାଇଁ କହିଲେ । ପୁନର୍ବାର ୦୮/୧୨/ ୨୦୨୧ ରେ ଭିଲାଇ ରୁ ଆସି ପ୍ରିୟ ଘରେ ପହଞ୍ଚିବାରୁ ଯୁବକ ଯୁବତୀ ରଖିବା ପାଇଁ ରୋକ୍‌ଠୋକ୍‌ ମନା କରିଦେଲେ ଏବଂ ତାଙ୍କ ପିତା ,ମାତା, ଭାଇ, ଭଉଣୀ ମିଶି ଯୁବତୀକୁ ବିଧା ଗୋଇଠା ମାରି ଘରୁ ବାହାର କରି ରାସ୍ତାରେ ଛାଡି ଦେଇଗଲେ । ଉକ୍ତ ଦିନ ଯୁବତୀ ଜଣକ ଯଶିୁର ଥାନା କୁ ଆସି ମୁଦାଲା ମାନଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଯାହାକି ଯଶିୁର ଥାନା କେସ ନ ୨୭୨/୦୮.୧୨.୨୧ରେ ଦରଜ ହଇଅଛି ଏବଂ ଉକ୍ତ କେସ୍‌ଟି ବର୍ତ୍ତମାନ ସୁଦ୍ଧା ଯଶିୁର ଥାନାରେ ତଦନ୍ତ ଅଧୀନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ