ଫେସ୍ ମାସ୍କ ପାଇଁ ୧୦ ମାସରେ ୧୧ ଲକ୍ଷ ଟଙ୍କା ଜରିମାନା ଆଦାୟ
ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲା ଯୋଡା ଥାନା ଅଂଚଳରେ କୋଭିଡ୍ କଟକଣାକୁ ଉଲଂଘନ କରି ଫେସ୍ ମାସ୍କ ଲଗାଉ ନଥିବା ଅମାନିଆ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ସୋମବାର ସୂଚନା ଦେଇ କହିଛନ୍ତି ଯେ, ଗତ ୧୦ ମାସ ମଧ୍ୟରେ ୧୧ ଲକ୍ଷ ୪୧ ହଜାର ୯୩୬ ଟଙ୍କା ଜରିମାନା ଆକାରରେ ପୋଲିସ ଆଦାୟ କରିଛି । ଏହି ଧରପଗଡ ସହର ତଥା ଖଣି ଅଂଚଳରେ ଜାରି ରହିଥିବା ସେ ସୂଚନା ଦେଇଛନ୍ତି ।


