ଫୋକସ୍‌ରେ ସ୍ବାସ୍ଥ୍ୟ: ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା

ନୂଆଦିଲ୍ଲୀ : କରୋନା ମହାମାରୀକୁ ଏକ ଶିକ୍ଷା ଭାବେ ଗ୍ରହଣ କରି ସୁସ୍ଥକର ଭାରତ ଗଠନ ପାଇଁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ସେହିପରି ଦେଶର ଭବିଷ୍ୟତ କୁହାଯାଉଥିବା ଯୁବପିଢ଼ିଙ୍କ ଜୀବନ ଗଠନ ଲାଗି ଶିକ୍ଷା, କୌଶଳ ବିକାଶ ଓ ଗବେଷଣା ଆଦି କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ବାୟୁ ପ୍ରଦୂଷଣଜନିତ ପରିବେଶ ସମସ୍ୟା ଦୂର କରିବା ଲାଗି ନୂଆ ସ୍କ୍ରାପ୍‌ ନୀତି ଘୋଷଣା କରାଯାଇଛି। ଏଥିସହିତ ମୋଟା ଅଙ୍କର ପିଏଫ୍‌ ସୁଧ ଉପରେ ଟିକସ ଲାଗୁ କରାଯାଇଛି। ବୀମା କ୍ଷେତ୍ରରେ ଏଫ୍‌ଡିଆଇ ସୀମାକୁ ୭୪% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ପ୍ରବାସୀ ଭାରତୀୟଙ୍କୁ କମ୍ପାନି ଖୋଲିବା ଅନୁମତି ଦିଆଯାଇଛି। ଆଜି ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା ନାମକ ଏକ ନୂଆ ବିମାନ ସ୍କିମ୍ ଘୋଷଣା କରାଯାଇଛି। ଏଥିରେ ଗ୍ରାମାଞ୍ଚଳରେ ଥିବା ୧୭,୭୮୮ ଓ ସହରାଞ୍ଚଳର ୧୧,୦୨୪ଟି ହେଲ୍‌ଥ ଆଣ୍ଡ୍‌ ୱେଲ୍‌ନେସ୍‌ ସେଣ୍ଟର୍‌କୁ ସହାୟତା ଦିଆଯିବ। ସବୁ ଜିଲ୍ଲା ଏବଂ ୧୧ଟି ରାଜ୍ୟର ୩୩୮୨ଟି ବ୍ଲକ୍ ଜନ ସ୍ବାସ୍ଥ୍ୟ ୟୁନିଟ୍‌ରେ ସମନ୍ବିତ ଜନ ସ୍ବାସ୍ଥ୍ୟ ଲ୍ୟାବ୍ ସ୍ଥାପନ କରାଯିବ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ସୁଦୃଢ଼ କରାଯିବ। ସମନ୍ବିତ ସ୍ବାସ୍ଥ୍ୟ ସୂଚନା ପୋର୍ଟାଲ୍‌କୁ ସବୁ ରାଜ୍ୟକୁ ସମ୍ପ୍ରସାରିତ କରି ସମସ୍ତ ଜନ ସ୍ବାସ୍ଥ୍ୟ ଲ୍ୟାବ୍ ସହ ତାହାକୁ ଯୋଡ଼ାଯିବ। ୧୭ଟି ଜନ ସ୍ବାସ୍ଥ୍ୟ ୟୁନିଟ୍ କାର୍ଯ୍ୟକ୍ଷମ କରାଯିବ ଓ ୩୩ଟି ପୁରୁଣା ଜନ ସ୍ବାସ୍ଥ୍ୟ ୟୁନିଟ୍‌କୁ ଦୃଢ଼ କରାଯିବ। ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍‌ ୱାନ୍‌ ହେଲ୍‌ଥ, ୯ ବାୟୋ ସେଫ୍‌ଟି ଲେବଲ୍‌-୩ ଲାବୋରେଟୋରି ଓ ୪ଟି ଆଞ୍ଚଳିକ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଫର୍‌ ଭାଇରୋଲୋଜି ସ୍ଥାପନ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ