ଫୋକସ ରେ ପଞ୍ଚାୟତ : ପ୍ରାର୍ଥୀଙ୍କ ପ୍ରଚାରରେ ମନ୍ତ୍ରୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭଞ୍ଜନଗର ବ୍ଲକ ଲାଲସିଙ୍ଗି ପଞ୍ଚାୟତରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶିବରାମ ସାହୁ ଓ ସମିତି ସଭ୍ୟା ରାଜଲଷ୍ମୀ ପ୍ରଧାନଙ୍କ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ପୂର୍ବରୁ ଏହି ପଞ୍ଚାୟତରେ ସ୍ୱାଧୀନ ଓ ଅନ୍ୟ ରାଜନୈତିକ ଦଳମାନେ ବିଜୟ ଲାଭ କରି ଆସୁଥିବା ବେଳେ ବିଜେଡ଼ି ଏଠାରେ ଲଗାତାର ଭାବେ ପରାଜୟ ବରଣ କରିଆସୁଛି । ତେଣୁ ଏହାକୁ ଗୁରୁତ୍ୱ ଦେଇ ଆସନ୍ତା ୨୪ତାରିଖରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ ଲାଭ କରିବା ପାଇଁ ମନ୍ତ୍ରୀ ଆରୁଖ ସ୍ଥାନୀୟ ଭୋଟର ମାନଙ୍କୁ ନିବେଦନ କରିଛନ୍ତି।ଲାଲସିଙ୍ଗି ରୋଡ, ରାଜକୁଣ୍ଡୁ, ଛେଦାଭୂମି ଓ ଲାଲସିଙ୍ଗି ଗ୍ରାମ ଠାରେ ଆୟୋଜିତ ସାଧାରଣ ସଭାରେ ମନ୍ତ୍ରୀ ଯୋଗଦେଇ ଏହି ପଞ୍ଚାୟତର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ସାହାଯ୍ୟ ସହଯୋଗ ଜରୁରୀ ତେଣୁ ନିର୍ବାଚିତ ଜନ ପ୍ରତିନିଧିମାନଙ୍କ ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ ତେଣୁ ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରିବାକୁ ମନ୍ତ୍ରୀ ଆରୁଖ କହିଥିଲେ । ସେହିପରି ସାଂସଦ ପ୍ରତିନିଧି ଦିବାକର ନାୟକ, ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ,ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ ଓ ସମାଜସେବୀ ଶୂଳପାଣି ଶତପଥି ଙ୍କ ସମେତ ସମସ୍ତ ପ୍ରାର୍ଥୀ ଉପସ୍ଥିତ ରହି ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଥିଲେ । ଲଣ୍ଡେଇ ସାହି ଛକରୁ ଏକ ବିରାଟ ବାଇକ ରାଲୀରେ ମନ୍ତ୍ରୀ ଯୋଗଦେଇ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ।ଚଳିତ ନିର୍ବାଚନରେ ଲାଲସିଙ୍ଗି ପଞ୍ଚାୟତରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ ବୋଲି ବୁଦ୍ଧିଜୀବୀ ମାନେ ଆଶା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ