ପୋଲିସ୍ ର ଫ୍ଲାଗମାର୍ଚ୍ଚ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତୃତୀୟ ପର୍ଯ୍ୟାୟ ନିର୍ବାଚନ ଛତ୍ରପୁର ବ୍ଲକରେ ଅନୁଷ୍ଠିତ ହେବ । ଏଥର ସକାଶେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଆଜି ଛତ୍ରପୁର ବ୍ଲକର ବଡ ମାଧପୁର ପଂଚାୟତରେ ଛତ୍ରପୁର ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଛି । ଅବାଧ, ନିରପେକ୍ଷ ମତଦାନ କରିବା ସହିତ ମତଦାନ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଠି ହେଲେ ଛତ୍ରପୁର ପୋଲିସ୍ କୁ ତୁରନ୍ତ ଖବର ଦେବା ସହିତ ବିଭିନ୍ନ ସଚେତନତା କରାଯାଇଛି । ଏହି ଫ୍ଲାଗମାର୍ଚ୍ଚରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସଡିପିଓ ଗୌତମ କିଶାନ, ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଏସଆଇ ସିଲୁ ଧଳଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ମାନେ ସାମିଲ ରହି ବଡ ମାଧପୁର ପଂଚାୟତ ବାସୀଙ୍କୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ