ଫୋନି ପ୍ରଭାବରେ ଜନଜୀବନ ପ୍ରଭାବିତ

କୋଦଳା(ଗୁଲସନ୍ କୁମାର କର): ସାମୁଦ୍ରିକ ଝଡ ଫୋନିର ପ୍ରଭାବ ଅର୍ଧେକ ଓଡିଶାରେ ପଡିଥିବା ବେଳେ ଗଂଜାମ ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିଲା। କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଏ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା, ସଚେତନତା ଓ ଥଇଥାନ କରାଯାଇଥିଲା। ଗୁରୁବାର ମଧ୍ୟ ରାତ୍ରିରୁ ଫୋନିର ପ୍ରାରମ୍ଭିକ ରୂପ ଦେଖିବାକୁ ମିଳିଥିଲା। ଫୋନି ଆଗମନ ପୂର୍ବରୁ ବର୍ଷା ଓ ପବନ ଆରମ୍ଭ ହୋଇଥିଲା। ଲୋକମାନେ ଆତଙ୍କତ ଅବସ୍ଥାରେ ଥିବା ବେଳେ ଗୁରୁବାର ଠାରୁ ବିଜୁଳି ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଶୁକ୍ରବାର ସକାଳେ ଭୀଷଣ ବର୍ଷା ଓ ପବନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଲୋକେ ସତର୍କର ସହ ଘରେ ରହିଥିଲେ। ଅପରାହ୍ନ ୩ଟା ପରେ ଫନିର ପ୍ରଭାବ କମିବା ସହ ବର୍ଷା ଓ ପବନ କମିବା ପରେ ଜନଜୀବନ ସ୍ବାଭାବିକ ହୋଇଥିଲା। ତେବେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ଥିବା ବେଳେ ଚାଳ ଛପର ଘର ଉଡି ନଷ୍ଟ ହୋଇଯାଇଥିବା ଖବର ମିଳିଛି। ଶୁକ୍ରବାର ସଂନ୍ଧ୍ଯା ସୁଧା ବିଜୁଳି ସରବରାହ କାର୍ଯ୍ୟକ୍ଷମ ହୋଇପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ