ଫୋନ ପାଇ ଫେରେଇ ଲେ ଯୁବ ସାମ୍ବାଦିକ, ଅଞ୍ଚଳବାସୀ ଙ୍କ ପ୍ରଶଂସା

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବି ହେଉଛନ୍ତି ମାଆ କିଚକେଶ୍ୱରି , ଏହି ମନ୍ଦିର କୁ ହଜାର ହଜାର ପର୍ଯ୍ୟଟକ ଦୈନିକ ଆସନ୍ତି , ଯଶିପୁର ର ଗୋଟିଏ ପରିବାରସନ୍ଧ୍ୟା ସମୟରେ ବୁଲାବୁଲି ପାଇଁ ଖିଚିଂ ଆସିଥିଲେ , ମନ୍ଦିର ସମ୍ମୁଖରେ ଏକ ପିଣ୍ଡି ନିକଟରେ ବସିଥିବା ସମୟ ରେ ଅସାବଧାନତା ବଶତଃ ଫୋନ ଟି ଛାଡ଼ି ଚାଲି ଯାଇଥିଲେ , ସେଇ ସମୟରେ ଯୁବ ସାମ୍ବାଦିକ ଅଭିଷେକ ପାଣିଗ୍ରାହୀ ଙ୍କ ନିକଟ ରେ ଥିବା ଏକ ହୋଟେଲ ର କର୍ମଚାରୀ ଫୋନ ଟି ରିଙ୍ଗ ହେଉଥିବା ଦେଖି ସାମ୍ବାଦିକ ଅଭିଷେକ ପାଣିଗ୍ରାହୀ ଙ୍କୁ କହିଥିଲା ଏବଂ ସେ ଫୋନ ଆସିବା ଦେଖି , ଫୋନ ଉଠାଇ ଫୋନ ଆମ ପାଖରେ ଅଛି ସୁରକ୍ଷିତ ଅଛି , ଆପଣ ଆସି ନେଇ ଯାଆନ୍ତୁ ବୋଲି କହିଥିଲେ , ସେ ୧୨ କିମି ରାସ୍ତା ପଳେଇ ଥିବା ବେଳେ ତାଙ୍କର ଫୋନ।କଥା ମନେ ପଡିଥିଲା ବୋଲି ସେ କହିଥିଲେ, ଏବଂ ଆସି ତାଙ୍କ ଫୋନ ଟି ନେଇ ଥିଲେ , ଯାହାର ମୂଲ୍ୟ ଥିଲା ୩୮୦୦୦ ଟଙ୍କା , ତାଙ୍କ ଘର ଯଶୀପୁର ନିକଟ ରେ ବୋଲି ସେ କହିଥିଲେ , ଏବଂ ସମସ୍ତଙ୍କ ପାଖରେ ଏଭଳି ମାନବିକତା ରହିବା ଦରକାର ବୋଲି ଉକ୍ତ ମହିଳା ଜଣକ ପ୍ରକାଶ କରିଥିଲେ , ଶେଷ ରେ ଖୁସି ହୋଇ ଧନ୍ୟବାଦ୍ ଜଣାଇଥିଲେ ଯୁବ ସାମ୍ବାଦିକ ଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ