ମୁନିଗୁଡାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁନିଗୁଡ଼ା(ନନ୍ଦ କିଶୋର ପଟ୍ଟନାୟକ) :ମୁନିଗୁଡାର ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ସୁବାସ କୁରା ଓ ଅକ୍ଷୟ ରଥଙ୍କ ମିଳିତ ସଂଯୋଜନାରେ ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ଗଣେଶ ଶବର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁବାସ ସିଂ,ସରକାରୀ ନୋଲାଡ଼ ହାଇୟେର ସେକେଣ୍ଡାରୀ ସ୍କୁଲର ଅଧକ୍ଷ ଦୁଷ୍ମନ୍ତ କୁମାର ମାଝୀ ଓ ମୁନିଗୁଡ଼ା ପ୍ରେସ କ୍ଳବ ସଭାପତି ରାଜୀବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଏହି ସୁରଭି କାର୍ଯ୍ୟକ୍ରମର ଉଦେଶ୍ୟ ଓ ଏହାର ଅଭିମୁଖ୍ୟ ଉପରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶବର ଆଲୋକପାତ କରିଥିଲେ l ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ଜୀବନ ଶୈଳୀଓ ସଂସ୍କାରିତ ଦୈନନ୍ଦିନ ଦିନଚର୍ଯ୍ୟା ଆପଣେଇ ଉତ୍ତମ ଛାତ୍ରୀଛାତ୍ର ଓ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ୧୬ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ୧୬୦ ରୁ ଉର୍ଦ୍ଧ୍ବ ଛାତ୍ରୀଛାତ୍ର ମାନେ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସଙ୍ଗୀତ, ହସ୍ତାକ୍ଷର,ଶୃତ ଲିଖନ,ସୃଜନଶୀଳ ଲେଖନ,ଚିତ୍ରାଙ୍କନ, ବକ୍ତୃତା,କୁଇଜ୍ ,ଡିବେଟ,ହସ୍ତକଳା ଏବଂ ଚିତ୍ରକଳା ମାଧ୍ୟମରେ ଛାତ୍ରୀଛାତ୍ର ମାନେ ସେମାନଙ୍କ ଉତ୍କୃଷ୍ଠତା ପ୍ରଦର୍ଶନ କରିଥିଲେ। ସମସ୍ତ ବିଭାଗରୁ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗୀ ଛାତ୍ରୀଛାତ୍ର ମାନେ ଆଗାମୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମକୁ ସିଆରସିସି ବାଲାଜୀ ପଟ୍ଟନାୟକ,ଅଶ୍ଵିନୀ ବାରିକ, ସୁରେଶ ପଟ୍ଟନାୟକ,ସନ୍ତୋଷ ପାଠୀ, ରତିକାନ୍ତ ସେଠୀ,ଗୋପବନ୍ଧୁ ଦାସ, ମୋନାଲିସା ପଣ୍ଡା,ନନ୍ଦିତା ଦାସ,ପବିତ୍ର ଲିମା, ବିଆରଟି ଅଭିମନ୍ୟୁ ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ସିଆରସିସି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


