ଫ୍ଲଡ଼ ଲାଇଟ ମହିଳା ଫୁଟବଲ ମ୍ୟାଚକୁ ଉପଭୋଗ କଲେ ଦର୍ଶକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଆରମ୍ଭ ହେଲା ପଞ୍ଚମ ଦିବାରାତ୍ର ଫୁଟବଲ ମ୍ୟାଚ। ବୁଧବାର ଦିନ ମହିଳା ଫୁଟବଲ ମ୍ୟାଚ କେନ୍ଦ୍ରାପଡା ସହ ଭୁବନେଶ୍ୱର ମହିଳା ଦଳ ମଧ୍ୟରେ ରେ ଖେଳ ହୋଇଥିଲା।ଏହି ମ୍ୟାଚରେ ସଂଘର୍ଷ ପୁର୍ଣ ମ୍ୟାଚ ପରେ ପେନାଲଟି ମାଧ୍ୟମ ରେ ଭୁବନେଶ୍ୱର ମହିଳା ଦଳ କେନ୍ଦ୍ରାପଡା ଦଳକୁ ପରାସ୍ତ କରିଥିଲା।
ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲି,ବିଜ୍ଞ୍ୟାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, କବି ପ୍ରଶାନ୍ତ ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ ଜିଲ୍ଲା ରେ ସଂଧ୍ୟାକାଳୀନ ଫ୍ଲଡ଼ଲାଇଟ ମ୍ୟାଚ ପ୍ରଥମ ଥର ପାଇଁ ଭଞ୍ଜନଗର ରେ ଅନୁଷ୍ଠିତ ହୋଇଥିବା ବେଳେ ଦର୍ଶକ ମାନେ ଆକୃଷ୍ଟିତ ହୋଇ ଖେଳକୁ ଉପଭୋଗ କରୁଥିବାର ଦେଖା ଯାଇଥିଲା।ଆୟୋଜକ ଙ୍କ ସୁଚନା ଅନୁସାରେ ଆଠ ଗୋଟି ମ୍ୟାଚ ଅନୁଷ୍ଠିତ ହେବ ଓ ଏଥିରେ କନ୍ଧମାଳ, ସୋନପୁର,ଭୁବନେଶ୍ୱର , ଭଞ୍ଜନଗର ଭଳି ବିଭିନ୍ନ ଦଳ ଖେଳିବେ।ଏହି ମ୍ୟାଚ ରେ ବହୁ ବିଦେଶୀ ଖେଳାଳି ଖେଳିବେ। ଆଜି କିଛି ଖେଳ ପ୍ରେମିଙ୍କ ଚେଷ୍ଟା ଫଳରେ ପୁଣି ଏକ ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥିବାରୁ ଖେଳ ପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।