‘ଫ୍ଲାବାର’ ଷ୍ଟଲ୍ କାର୍ଯ୍ୟକ୍ଷମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ମିସନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ଜିପିଏଲଫ ପକ୍ଷରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଠାରେ ‘ ଫ୍ଲାବାର’ ଷ୍ଟଲ୍ ଖୋଲାଯାଇଛି । ସକାଳ ୭ ଟା ୩୦ ରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ଏହି ଷ୍ଟଲ୍ ଖୋଲା ରହିବ । ଉକ୍ତ ଷ୍ଟଲ୍ରେ ଅର୍କିଟ , ଗୋଲାପ , ଜାର୍ବେରା ଭଳି ବିଭିନ୍ନ ରକମରମ ଫ୍ଲାବାର ଉପଲବ୍ଧ ରହିବ । ଛତ୍ରପୁର ବ୍ଲକ ବିପିଏମ୍ ମାନିନୀ ଜେନା ଏବଂ ଭିକାରୀପଲ୍ଲୀ ଜିପିଏଲଏଫ ର ସମସ୍ତ ସଦସ୍ୟା ଉପସ୍ଥିତ ରହି ଆଜି ଏହି ଷ୍ଟଲ୍କୁ ଶୁଭାରମ୍ଭ କରାଯାଇଛି ।