ଫ୍ ଆଣ୍ଡ୍ ଡିର ଟି-୩୦୦-ଏକ୍ସ ସାଉଣ୍ଡ ବାରର ବଜାର ପ୍ରବେଶ
ପୁରାତନ ଅଡ଼ିଓ ଉତ୍ପାଦ ନିର୍ମାଣକାରୀ କମ୍ପାନୀ ଏଫ୍ ଆଣ୍ଡ ଡି ପକ୍ଷରୁ ଟି-୩୦୦-ଏକ୍ସ ସାଉଣ୍ଡ ବାରର ବଜାର ପ୍ରବେଶ କରାଯାଇଛି । ଏହାର ମୂଲ୍ୟ ୯,୯୯୦ଟଙ୍କା ରହିଛି । ଏହା ସିନେମାଟିକ୍ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ । ଏଥିରେ ଗ୍ରେଟ୍ ମିଡ୍ ରେଞ୍ଜ୍, ଭଏସ୍ ବାଲାନ୍ସ୍, ଡାଇନାମିକ୍ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ସବ୍ ଉଫର ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏହା ସ୍ଲିପ୍ ଫଙ୍କସନ୍କୁ ସପୋର୍ଟ କରିଥାଏ । ଏଥିରେ ଏଲଇଡି ୮ ଇଂଚ ସବଉଫର ଡିସପ୍ଲେ ରହିଛି । ଏଥିରେ ବ୍ଲୁଟୁଥ୍, ୨.୧ ସ୍ପିକର ୨ ସାଟେଲାଇଟ୍ ସ୍ପିକର, ୭୦ ୱାଟ୍, ପିଏଲଏଳ ଜ୍ଞାନକୌଶଳ ଆଦି ରହିଛି । ଏହା ଉପରେ ୧ ବର୍ଷର ୱାରେଂଟି ପ୍ରଦାନ କରାଯାଉଛି । ଏହା ବ୍ଲୁଟୁଥ୍କୁ ସପୋର୍ଟ କରିଥାଏ । ଏଥିରେ ୧୫ ଏମ୍ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଏଥିରେ ୟୁଏସ୍ବି/ ଏସଡି କାର୍ଡ, ଟିଭି, ଆଦି ଡିଭାଇସ୍ ସଂଯୋଗ କରିହୋଇଥାଏ ।
ଏଥିରେ ୧୦୦ ଷ୍ଟେଶନଯୁକ୍ତ ଏଫ୍ଏମ ରେଡିଓ ରହିଛି । ଏହା ରିମୋର୍ଟର ନ୍ୟୁମେରିକ୍ କି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।
ଏହି ଅବସରରେ ଏଫ୍ ଆଣ୍ଡ୍ ଡିର ନିର୍ଦ୍ଦେଶକ ମୁକେଶ ବଂସଲ କହିଲେ, ଟି-୩୦୦-ଏକ୍ସ ସାଉଣ୍ଡ ବାର ଗୁଣବତାଯୁକ୍ତ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ ହୋଇ ପାରିବ । ଏହା ଟିଭି ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏହା ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହା ଭାରତବ୍ୟାପି ସମସ୍ତ ଅଗ୍ରଣୀ ଷ୍ଟୋର, ରିଟେଲ ଷ୍ଟୋର ଇ-କମର୍ସ ପୋର୍ଟାଲରେ ଉପଲବ୍ଧ ହେଉଛି ।ରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ, ଏଫ୍ ଆଣ୍ଡ ଡି ୨୦୦୪ରେ ସ୍ଥାପିତ ହୋଇଥିଲା । ଏହାର ୪୦ରୁ ଅଧିକ ଉତ୍ପାଦ ଷ୍ଟୋରରେ ଉପଲବ୍ଧ ହେଉଛି ।


