ବଂଶଧାରା ଓ ଋଷିକୂଲ୍ୟା ନଦୀ ସଂଯୋଗିକରଣ ଦାବୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହେନ୍ଦ୍ର ତନୟ ଆନ୍ଦୋଳନର ସଂଯୋଜୋକ ଶ୍ରୀକାନ୍ତ ପାଢ଼ୀ ଙ୍କ ଆନ୍ଦୋଳନ ୨୦୦୮ ମସିହାରେ ହୋଇଥିଲା ।ସେହି ଆନ୍ଦୋଳନ ମୁଖ୍ୟ ବିଷୟ ଥିଲା ଆନ୍ଧ୍ର କିପରି ପାଣି ଓଡ଼ିଶା ରୁ ନେବା ପାଇଁ ଷଡ଼ଯନ୍ତ୍ର କରୁଥିଲା।ତେଣୁ ସେହି ବିଷୟକୁ ଲୋକ ଲୋଚନ ଙ୍କ ଆଣିବା ପାଇଁ ସେ ଅନଶନ ରେ ବସିଥିଲେ। ସେହି ସମୟର ରାଜ୍ୟ ସରକାର ଗମ୍ଭୀରତା ସହ ବିଚାର କରି ଏପ୍ରିଲ ୩୦,୨୦୦୮ ମସିହାରେ ଗଜପତି ଜିଲ୍ଲାର ଡମ୍ୱାପୁର ଏବଂ ଚମ୍ପା ପୁର ଠାରେ ଅନିକେଟ ନିର୍ମାଣ କରିବା ପାଇଁ ମାନ୍ୟବର ମୂଖ୍ୟ ମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।ପ୍ରକାଶ ଥାଉ ଏହି ୨ପ୍ରକଳ୍ପ ୨ବର୍ଷ ଭିତରେ ଶେଷ ହେବ ବୋଲି ସେ ଘୋଷଣା କରିଥିଲେ। ଏହି ୨ପ୍ରକଳ୍ପ ମହେନ୍ଦ୍ର ତନୟ ନଦୀର ଉପର ମୁଣ୍ଡରେ ହେବାକୁ ଥିବା ବେଳେ ଡାମ୍ବାପୁର ପ୍ରୋଜେକ୍ଟ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ଚମ୍ପାପୂର୍ ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇ ପାରିନାହିଁ। ସେହିପରି ବଂଶଧାରା ଜଳ ବିବାଦ ଟ୍ରିବୁନାଲ ଙ୍କ ରାୟ ଜୁନ ୨୧ ରିଖରେ ଆନ୍ଧ୍ର ସରକାରଙ୍କ ସ ପକ୍ଷେ ରେ ଥିଲା। ସେହି ରାୟ କୁ କାର୍ଯ୍ୟ କରି କରିବାକୁ ଆନ୍ଧ୍ର ପକ୍ଷ ରୁ ତପ୍ତରତା ପ୍ରକାଶ ପାଇ ଥିଲା। ଆନ୍ଧ୍ର ର ଉପ ମୁଖ୍ୟମନ୍ତ୍ରୀ ଧର୍ମାନ କ୍ରିଶ୍ନଦାସ ଓଃ ଜଳ ମନ୍ତ୍ରୀ ଅନିଲ ଯାଦବ ବୁଲି ଦେଖିଥିଲେ।ତେଣୁ ଓଡ଼ିଶା ସରକାର ନେରେଡି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଚାପ ପ୍ରୟୋଗ ସହ ସୁପ୍ରିମ କୋର୍ଟ ଯିବା ଦରକାର । ନେରେଡି ପ୍ରକଳ୍ପ ଦ୍ବାରା ଗୁଣୁପୁର ଓ କାଶୀନଗର ବ୍ଲକ ପ୍ରଭାବିତ ହେବଆ ସହ ବାଡ଼ିଗାଁ, ଗାଲ ସିଂ,୨୦୦ ଏକର ଜମି ସହ ୩୦ଗୋଟି ଗାଁ ନଦୀ ଗର୍ଭରେ ଲୀନ ହୋଇ ଯିବ ତେଣୁ ଆଜି ଶ୍ରୀକାନ୍ତ ପାଢ଼ୀ ୨ଟି ଦାବି ଅତି ରିକ୍ତ ମୁଖ୍ୟ ଯନ୍ତ୍ରୀ, (ବଂଶଧାରା, ନାଗାବଳୀ ଅବବାହିକା ) ଙ୍କୁ ସ୍ମାରକ ପତ୍ର ଦେଇ ଦାବି କରିଛନ୍ତି।୧) ଚମ୍ପାପୁର ପ୍ରକଳ୍ପ ତୁରନ୍ତ କାର୍ଯ୍ୟ କାରି କରାଯାଉ।୨) ପ୍ରସ୍ତାବିତ ବଂଶଧାରା ଓ ଋଷିକୂଲ୍ୟା ନଦୀ ସଂଯୋଗିକରଣ ଗୁଡ଼ାରୀ ଠାରେ କରାଯାଉ।