ବଂଶଧାରା ନଦୀରେ ବନ୍ୟାଜଳ ସତର୍କ ସଂକେତ ଅତିକ୍ରମ କରି ପ୍ରଭାବିତ ହେଉଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ କିଛିଦିନ ଧରି ଲଘୁଚାପଜନିତ ଲଗାତର ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ବିଭିନ୍ନ ନଦୀ ନାଳ ଇତ୍ୟାଦିରେ ବନ୍ୟାଜଳ ପ୍ରଭାବିତ ହେବା ଦେଖାଦେଇଛି. ଗଜପତି ଜିଲ୍ଲାର କାଶୀନଗର ଅଞ୍ଚଳରେ ବଂଶଧାରା ନଦୀ ପ୍ରଭାବିତ ହେଉଛି. ତୁହାକୁ ତୁହା ବର୍ଷା ଲାଗୁ ରହିଥିବା ଯୋଗୁଁ ବଂଶଧାରା ନଦୀରେ ବନ୍ୟାଜଳ ବିପଦ ସଂକେତ ଅତିକ୍ରମ କରି ପ୍ରଭାବିତ ହେଉଥିଲା. ଗତକାଲି ଓ ଆଜି ବର୍ଷାର ପରିମାଣ କମ୍ ରହିଥିବା ଯୋଗୁଁ ବଂଶଧାରା ନଦୀରେ ବନ୍ୟାଜଳ ବିପଦ ସଂକେତ ଠାରୁ ଦୂରରେ ପ୍ରଭାବିତ ହେଉଛି. କାଶୀନଗରଠାରେ ବଂଶଧାରା ନଦୀରେ ବିପଦ ସଂକେତ ୫୪.୬୦ମିଟର ରହିଥିବାବେଳେ ସତର୍କ ସଂକେତ ୫୪.୧୦ ମିଟର ରହିଛି, ହେଲେ ଆଜି ବଂଶଧାରା ନଦୀର ବନ୍ୟାଜଳ ସତର୍କ ସଂକେତ ଅତିକ୍ରମ କରି ୫୪.୧୫ ମିଟରରେ ପ୍ରଭାବିତ ହେଉଛି. ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦେଶକ୍ରମେ ସମସ୍ତ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ସଜାଗ ରହି ପରିସ୍ଥିତିକୁ ସାମ୍ନା କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ