ବଉଳଗଡ଼ିଆ ଅଞ୍ଚଳରେ ପଙ୍ଗପାଳ ଆତଙ୍କ
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଔପଦା ବ୍ଲକ ବଉଳଗଡ଼ିଆ ଅଞ୍ଚଳରେ ପଙ୍ଗପାଳ ଆତଙ୍କ ଦେଖାଯାଇଛି। ଏହି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ ଲାଗିଥିବା ବେଳେ ପାଖ ଜଙ୍ଗଲରେ ଡାଳ ପତ୍ର ଲଣ୍ଡାହୋଇଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ମିଳିତ ଭାବେ ଯାଇ ଦେଖିବା ବେଳକୁ ଅଜସ୍ର ପୋକ ପତ୍ର ଉପରେ ବସି ଖାଇ ଚାଲିଥିଲେ। ପଙ୍ଗୁପାଳ ଭଳି ପୋକ ଗୁଡିକ ଦେଖା ଯାଉଥିଲେ ବି ଏହା ପଙ୍ଗୁପାଳ ନା କିଛି ବଣୁଆ ପୋକ ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅଂଚଳରେ ଆତଙ୍କ ଦେଖାଯାଇଥିବା ଚାଷୀ ମାନେ ଆତଙ୍କିତ ହୋଇପଡିଛନ୍ତି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ କରି ଘଟଣା ଉପରେ ପରଦା ହଟାଇବାକୁ ସାଧାରଣରେ ଦାବି ହୋଇଛି।


