ବଉଳାଶୁଣୀ ପୀଠରେ ମକର ମେଳା
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକ ଅଧିନ ବନ୍ତ-ବାରିକପୁର ରାସ୍ତାର ନିଳୋକସ୍ଥିତ ମା’ବଉଳାଶୁଣୀଙ୍କ ପୀଠରେ କୋଭିଡ୍ କଟକଣା ମଧ୍ୟରେ ମକରମେଳା ଅନୁଷ୍ଠିତ ହେଉଛି । ଶୁକ୍ରବାର ସକାଳ ଠାରୁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ସାମାଜିକ ଦୂରତା ରକ୍ଷା କରି ମା’ଙ୍କୁ ଦର୍ଶନ କରିଥିଲେ । ଅପରାହ୍ନରେ ନିକଟସ୍ଥ ମହାଦେବ ପୁଷ୍କରିଣୀରୁ ଭାସ୍କର ମହାନ୍ତି, ଉତ୍ତମ ଦାସ, ଅଭିମନ୍ୟୁ ଦାଶ, ଗୋପାଳ ବାରିକ, ପ୍ରଫୁଲ୍ଲ ନାୟକ, କାଳନ୍ଦି ବେହେରା, ନାରାୟଣ ମିଶ୍ର କଳସ ଆଣିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିବସ ବ୍ୟାପୀ ଶ୍ରଦ୍ଧାଳୁ ମାନେ ମାନସିକ ପୂରଣ ପାଇଁ ଘୋଡା ବସାଇ ପୂଜାର୍ଚ୍ଚନା କରିଥିଲେ । ମା’ଙ୍କ ନିକଟରେ ପୂଜକ ଭାବେ କୃଷ୍ଣ ଚନ୍ଦ୍ର ପଣ୍ଡା, ଭବାନୀ ପଣ୍ଡା ଓ ଯଜ୍ଞ କାର୍ଯ୍ୟରେ ପୂଜକ ଭାବେ ଉପେନ୍ଦ୍ର ମିଶ୍ର, ନାରାୟଣ ଚନ୍ଦ୍ର ଦ୍ୱିବେଦୀ, ବସନ୍ତ କୁମାର ମିଶ୍ର, ରମେଶ ଚନ୍ଦ୍ର ଦ୍ୱିବେଦୀ ଦାୟୀତ୍ୱ ତୁଲାଉଛନ୍ତି । କୋଭିଡ୍ କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବେ ଏହି ପୂଜା ୩ ଦିନ ଧରି ଚାଲିବ ବୋଲି କମିଟିର ସଭାପତି ଅନିରୁଦ୍ଧ ନାୟକ, ସମ୍ପାଦକ କିଶୋର କୁମାର ବେହେରା କହିଛନ୍ତି ।


