ବକ୍ସ ଅଫିସରେ ବିଫଳ ହେଲା “ମେଡ଼ ଇନ ଚାଇନା’ !

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାୟଙ୍କ ଅଭିନୀତ ଫିଲ୍ମ “ମେଡ଼ ଇନ ଚାଇନା’ ଅକ୍ଟୋବର ୨୫ରେ ରିଲିଜ ହାଇଛି । ତେବେ ଫିଲ୍ମଟି ଦର୍ଶକଙ୍କୁ ସେତିକି ଆକୃଷ୍ଟ କରିପାରିନାହିଁ । ରିଲିଜ ଦିନ ଫିଲ୍ମଟି ୧ କାଟି ଟଙ୍କାର ବ୍ୟବସାୟ କରିଥିବାବେଳେ ଦ୍ୱିତୀୟ ଦିନ ଏହା ମାତ୍ର ଦେଢ଼ କୋଟି ଟଙ୍କା ହିଁ ଆୟ କରିପାରିଛି । ଏହି ସିନେମାରେ ଷ୍ଟ୍ରଗଲ୍ କରୁଥିବା ଜଣେ ବ୍ୟବସାୟୀ ଭୂମିକାରେ ନଜର ଆସିଛନ୍ତି ରାଜ କୁମାର୍ ।
ଫିଲ୍ମଟିର କାହାଣୀ ରଘୁ ମେହଟ୍ଟା ନାମକ ଷ୍ଟ୍ରଗଲ୍ କରୁଥିବା ଜଣେ ବ୍ୟବସାୟୀର ଜୀବନୀକୁ ନେଇ ଗତିଶୀଳ ହାଇଛି । ଜଣେ ସଫଳ ବ୍ୟବସାୟୀ ହେବା ପାଇଁ ରଘୁ ଚାଇନା ଯାଏ, ଆଉ ସେଠାକାର ଏକ ପ୍ରଡକ୍ଟ ଆଣି ଭାରତରେ ବିକ୍ରି କରେ । ଯାହା ତାକୁ ସଫଳତା ତ ଦିଏ । ହେଲେ ପରେ ଏହାକୁ ନେଇ ଅନେକ ସମସ୍ୟାରେ ମଧ୍ୟ ସେ ଫସିଯାଏ । ସିନେମାରେ ରଘୁ ମେହଟ୍ଟା ଚରିତ୍ରରେ ଅଭିନେତା ରାଜ କୁମାର୍ ରାଓଙ୍କୁ ଦେଖିବାକୁ ମିଳିଛି । ଏହି କମେଡି-ଡ୍ରାମା ଫିଲ୍ମରେ ରାଜକୁମାରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ମୌନି ରୟ ନଜର ଆସିଛନ୍ତି । ଏହାଛଡା ଅଭିନେତା ବାମନ୍ ଇରାନୀ, ଅମୈରା ଦସ୍ତୁର୍‌, ସୁମୀତ୍ ବ୍ୟାସ୍‌, ପରେଶ ରାୱଲ୍ ଏବଂ ଗଜରାଜ ରାଓଙ୍କୁ ଏହି ସିନେମାରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ତେବେ ଆଗକୁ ଦର୍ଶକଙ୍କୁ ଏହା କେତେ ପସନ୍ଦ ଆସିବ ତାହା ତ ସମୟ ହିଁ କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ