ବକ୍ସ ଅଫିସର ସମସ୍ତ ରେକର୍ଡ ଭାଙ୍ଗିଲା ‘ୱାର୍’

(ଯୁଗାବ୍ଦ ନ୍ୟୁଜ) ହ୍ରିତିକ୍ ରୋଶନ-ଟାଇଗର ଶ୍ରଫ ଅଭିନୀତ ଚଳଚ୍ଚିତ୍ର ‘ୱାର୍’ ୨୦୦ କୋଟି କ୍ଲବ୍ରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ୭ ଦିନରେ ୨୦୦ କୋଟିରୁ ଊର୍ଦ୍ଧ୍ବ ଆୟ କରି ଇତିହାସ ରଚିଛି। ମୁକ୍ତିଲାଭର ୭ମ ଦିନ ଅର୍ଥାତ୍ ମଙ୍ଗଳବାର ‘ୱାର୍’ ପ୍ରାୟ ୩୦ କୋଟି ଟଙ୍କା ଆୟ କରିଛି। ଏହାସହିତ ଚଳଚ୍ଚିତ୍ରର ମୋଟ୍ ଆୟ ପ୍ରାୟ ୨୧୭.୭୫ କୋଟି ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ସପ୍ତାହେ ମଧ୍ୟରେ ୨୦୦ କୋଟି ଟପିଥିବା ଏହା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ଖ୍ୟାତି ଅର୍ଜନ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ