ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ
(ଯୁଗାବ୍ଦ ନ୍ୟୁଜ) ଶ୍ରୀ ମନ୍ଦିରରେ ଆଜିଠାରୁ ପବିତ୍ର କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ଆଜିଠାରୁ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ। ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଏକାଦଶୀ ତିଥିରେ ସିଂହଦ୍ୱାର ସାମ୍ନା ବଡଦାଣ୍ଡରେ ଦେବସଭା ଅନୁଷ୍ଠିତ ହୋଇଥାଏ। ଦୁର୍ଗା ଶୋଭାଯାତ୍ରାରେ ବାହାରି ଉକ୍ତ ଦେବସଭାରେ ଯୋଗଦେବାର ପରମ୍ପରା ରହିଛି। ଶ୍ରୀମନ୍ଦିରର ମହାଦୀପ ଦର୍ଶନ କରିବା ପରେ ଗୋଷାଣୀମାନେ ଦେବୀଘାଟକୁ ଯାଇ ଜଳ ବିସର୍ଜନ କରିଥା’ନ୍ତି।


