ବଗଡା ପଞ୍ଚାୟତ ଶିରିଡି ସାଇ ମନ୍ଦିର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଡ ନାଇଁପୁର ଠାରେ ଥିବା ଶିରିଡି ସାଇ ମନ୍ଦିରର ବାର୍ଷିକ ଉତ୍ସବ ଆସନ୍ତା ଜାନୁଆରୀମାସ ୨୭ ଓ ୨୮ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏଥି ନିମନ୍ତେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମୀର ମୋଟର୍ସର ମୁଖ୍ୟ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସ୍ୱାଇଁ, ସମୀର ମୋଟର୍ସର କର୍ମଚାରୀ ଅନିଜା ଜେନା, ନାରାୟଣ ପଣ୍ଡା, ଲକ୍ଷ୍ମୀଧର ବେହେରା, ସସ୍ମିତା ସ୍ୱାଇଁ, ସୁପ୍ତି ଦାସ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଉତ୍ସବ ପାଳନ ଅବସରରେ ୧୦୧ କଳସ ଶୋଭାଯାତ୍ରା, ନଗର ପରିକ୍ରମା ଓ ଷୋଡଶ ଉପଚାରରେ ପୂଜା ପ୍ରଭୃତି କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ସାଇଭକ୍ତମାନେ ଯୋଗଦେଇ ଶିରିଡି ସାଇବାବାଙ୍କ କୃପା ଲାଭ କରିବାକୁ ସମୀର ମୋଟର୍ସର ମୁଖ୍ୟ ସମୀର କୁମାର ଚାନ୍ଦ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ