ବଗିଚାରେ ବ୍ରହ୍ମକମଳ ଫୁଲ ଦେଖି ପରିବାର ଲୋକ ଖୁସି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ପାତ୍ର କଲୋନୀରେ ବାସକରୁଥିବା ନିହାର ରଞ୍ଜନ ଶତପଥୀଙ୍କ ବଗିଚାରେ ଫୁଟିଛି ବ୍ରହ୍ମକମଳ ପୁଷ୍ପ ଯାହାକୁ ନେଇ ପରିବାର ଙ୍କ ପକ୍ଷରୁ ଖୁବ ଖୁସି ମତବ୍ୟକ୍ତ କରିଛନ୍ତି । ଗତ କାଲି ରାତି ପ୍ରାୟ ୯ଟା ସମୟରେ ଏହି ଫୁଲଟି ଫୁଟିଥିବା ସେମାନେ ଦେଖିବାକୁ ପାଇଥିଲେ । ନିଜ ବଗିଚାରେ ବ୍ରହ୍ମକମଳ ପାଇ ନିହାର ବିଭୁକୃପା ପାଇପାରିଥିବା ମନେକରିଛନ୍ତି । ନିହାର ଜଣେ ପ୍ରକୃତି ପ୍ରେମୀ ସେ ନିଜ ପ୍ରଚେଷ୍ଟାରେ ନିଜ ଘର ଛାତ ଉପରେ ବିଭିନ୍ନ ପ୍ରକାରର ଗଛ ଲଗାଇ ଏକ ସୁନ୍ଦର ବଗିଚା କରିପାରିଛନ୍ତି । ଏଥିରେ ଅନେକ ଫୁଲ ଗଛ ସହ। ଓଷଧିୟ ଗଛ ଲଗାଇଛନ୍ତି । କମ ସ୍ଥାନରେ ମଧ୍ୟ ଭାରି ସୁନ୍ଦର ବଗିଚା ଟି ସେ ଶୃଷ୍ଟି କରିପାରିଛନ୍ତି । ଗତକାଲି ତାଙ୍କ ବଗିଚାରେ ଏହି ଫୁଟିଥିବା ଫୁଲକୁ ଦେଖିବାକୁ ସାହିପଡୋଶି ମାନେ ଭିଡ ଜମାଇଥିଲେ । ଶେଷରେ ଫୁଲଟିକୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ