ବଙ୍ଗଳାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍):ବଙ୍ଗଳାଦେଶରେ ହିନ୍ଦୁ ମନ୍ଦିର ଗୁଡିକ ଉପରେ ଆକ୍ରମଣ ଘଟଣା ଥମୁ ନାହିଁ । ଏବେ ମୁସଲମାନ କଟ୍ଟରପନ୍ଥୀ ମାନେ କାଳୀ ମନ୍ଦିରରେ ପ୍ରବେଶ କରି ମୂର୍ତିକୁ ଭଙ୍ଗାରୁଜା କରିଥିବା ଜଣା ପଡିଛି । ଯେଉଁ କାଳୀ ମନ୍ଦିରରେ ମୂର୍ତି ଭଙ୍ଗା ଯାଇଛି ସେହି ମନ୍ଦିର ଖୁବ ପୁରାତନ ବୋଲି କୁହାଯାଉଛି । ଏହି ମାମଲାରେ ବର୍ତମାନ ସୁଦ୍ଧା ଅପରାଧୀଙ୍କୁ ଧରା ଯାଇ ପାରି ନାହିଁ ।ବଙ୍ଗଳାଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଘଟଣାଟି ଝେନୈଦାହ ଜିଲ୍ଲାର ଦୈତିଆ ଗାଁରେ ହୋଉଛି । ଏହି ଗାଁରେ ଥିବା କାଳୀ ମା ମନ୍ଦିରରେ ମୁସଲମାନ କଟ୍ଟରରନ୍ଥୀ ମାନେ ପ୍ରବେଶ କରି ମୂର୍ତି ଭଙ୍ଗାରୁଜା କରିଛନ୍ତି । ଭଙ୍ଗା ଯାଇଥିବା ମୂର୍ତିର ମୁଣ୍ଡ ମନ୍ଦିରରୁ ଅଧା କିମି ଦୂରରେ ଫିଙ୍ଗି ଦିଆଯାଇଛି ।ଏହି ମନ୍ଦିର ସମିତିର ସଭାପତି ସୁକୁମାର କୁଣ୍ଡା କହିଛନ୍ତି ଯେ ଏହି ମନ୍ଦିର ଅତ୍ୟନ୍ତ ପୁରାତନ । ଶହ ଶହ ବର୍ଷ ଧରି ମନ୍ଦିରରେ ପୂଜାର୍ଚନା ହେଉଛି । ଗତ ଶୁକ୍ରବାର ଦିନ ରାତି ୩ରୁ ୪ ମଧ୍ୟରେ ଭଙ୍ଗାରୁଜା କରାଯାଇଛି । ମନ୍ଦିରରେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନ ଥିବା କାରଣରୁ ମୁସଲମାନ ଆକ୍ରମଣକାରୀ ମାନେ ବିନା କୌଣସି ଭୟରେ ମନ୍ଦିରରେ ପ୍ରବେଶ କରି ମୂର୍ତି ଭଙ୍ଗାରୁଜା କରିଛନ୍ତି । ଏହି ମାମଲା ବିଷୟରେ ସକାଳୁ ଜଣା ପଡିବା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ଏଯାଏ କାହାକୁ ଗିରଫ କରାଯାଇ ନାହିଁ। ଏହି ମାମଲାରେ କେହି ହିନ୍ଦୁଙ୍କୁ କୌଣସି କ୍ଷତି ହୋଇ ନ ଥିବା ସେ କହିଛନ୍ତି ।ଅନ୍ୟ ପକ୍ଷରେ ବଙ୍ଗଳାଦେଶ ପୁଜା ସେଲିବ୍ରେସନ କାଉନସିଲର ସାଧାରଣ ସମ୍ପାଦକ ଚନ୍ଦନାଥ ପୋଦ୍ଦାର କହିଛନ୍ତି ଯେ ଏହି ଘଟଣା ବଙ୍ଗଳାଦେଶରେ ଦଶ ଦିବସୀୟ ଦୁର୍ଗାପୂଜା ସମାପ୍ତ ହେବାର ୨୪ ଘଂଟା ମଧ୍ୟରେ ଏହି ଆକ୍ରମଣ ହୋଇଛି । ଚଳିତ ଥର ବଙ୍ଗଳାଦେଶରେ ଦୁର୍ଗାପୁଜା ଅବସରରେ କୌଣସି ଅପ୍ରିୟ ଘଟଣା ହୋଇ ନାହିଁ। ଏହା ପୂର୍ବରୁ ଗତ ବର୍ଷ ବଙ୍ଗଳାଦେଶର ଚାନ୍ଦପୁର ଜିଲ୍ଲା ସମେତ ଅନେକ ସ୍ଥାନରେ ଦୁର୍ଗା ପୁଜା ମେଢ ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅନେକ ହିନ୍ଦୁ ମୃତ୍ୟୁବରଣ କରିଥିଲେ । ନୋଆଖାଲୀର ଇସ୍କନ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।ବଙ୍ଗଳାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ଏକ ଲମ୍ବା ଇତିହାସ ରହିଛି। ସେଠାରେ ପ୍ରାୟ ସବୁବେଳେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ କରାଯାଇଥାଏ। ସେମାନଙ୍କୁ ହତ୍ୟା କରାଯିବା ସହ ହିନ୍ଦୁ ମହିଳା ମାନଙ୍କୁ ଦୁଷ୍କର୍ମ କରାଯିବା ସହିତ ଘରକୁ ଜାଳି ଦିଆଯିବା ପରି ଘଟଣା ବାରମ୍ବାର ସାମନାକୁ ଆସିଥାଏ ।୨୦୧୧ ମସିହାରର ଜନଗଣନା ଅନୁସାରେ ବଙ୍ଗଳାଦେଶର ହିନ୍ଦୁ ମାନଙ୍କ ଜନସଂଖ୍ୟା ମୋଟ ଜନ ସଂଖ୍ୟାର ମାତ୍ର ୮.୫ ପ୍ରତିଶତ ଅଛି । ଭାରତ ସ୍ୱାଧୀନ ହୋଇ ବିଭାଜନ ହେବା ବେଳେ ସେତେବେଳର ପୂର୍ବ ପାକିସ୍ତାନ ଓ ବର୍ତମାନର ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ସଂଖ୍ୟା ପାଖାପାଖି ୩୦ ପ୍ରତିଶତ ଥିଲା । ତେବେ ହିନ୍ଦୁ ବିରୋଧୀ ଅତ୍ୟାଚାର କାରଣରୁ ସେଠାରେ ହିନ୍ଦୁଙ୍କ ସଂଖ୍ୟା କମି ୧୦ ପ୍ରତିଶତରୁ କମରେ ପହଂଚି ସାରିଲାଣି