ଧାମନଗର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧାମନଗର ଉପନିର୍ବାଚନ ପାଇଁ ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ଚୂଡାନ୍ତ କରିବ ବିଜେପି । ଏନେଇ ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ସୂଚନା ଦେଇଛନ୍ତି । କାର୍ଯ୍ୟକର୍ତ୍ତାମାନେ ପ୍ରାର୍ଥୀକୁ ଜିତାଇବାକୁ ଲାଗିଛନ୍ତି । ସବୁ ସ୍ତରରେ ବିଜେପିର କର୍ମୀ ଅଛନ୍ତି, ଦଳ ସେମାନଙ୍କୁ ନେଇ ଗର୍ବ କରୁଛି । ପାର୍ଟି ପାଇଁ ଯେ କୌଣସି ସ୍ତରକୁ ଯାଇ ସେମାନେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁ ଦଳ ନିର୍ବାଚନ ଜିତିବାକୁ ଲଢନ୍ତି । ବିଜେପି ମଧ୍ୟ ଜିତିବାକୁ ପ୍ରୟାସ କରିବ । ଏହା ଚବିଶ ପୂର୍ବରୁ ସେମିଫାଇନାଲ ହୋଇ ନ ପାରେ । ଗୋଟିଏ ଉପନିର୍ବାଚନ କେବେ ବି ସେମିଫାଇନାଲ ହୋଇ ପାରିବ ନାହିଁ ବୋଲି ଡି.ପୁରନ୍ଦେଶ୍ୱରୀ କହିଛନ୍ତି । ଧାମନଗର ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେପିର ପ୍ରାର୍ଥୀ ଭାବେ ସ୍ବର୍ଗତ ବିଷ୍ଣୁ ସେଠିଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିନ୍ତ ହୋଇଥିବା ବେଳେ ଦଳୀୟ ମୋହର ବାକି ରହିଛି । ଅନ୍ୟପଟେ ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ବିଜେଡି ର କିଏ ପ୍ରାର୍ଥୀ ହେବ ତାହା କଳ୍ପନା ଜଳ୍ପନା ଜାରି ରହିଛି ।ସେପଟେ ନଭେମ୍ବର ୩ ରେ ଭୋଟ୍ ପଡିବାକୁ ଯାଉଥିବାବେଳେ ହାତରେ ଖୁବ୍ କମ୍ ସମୟ । ତେଣୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ୩ ପ୍ରମୁଖ ଦଳ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ