ବଙ୍ଗାଳୀ ପୁଅ ଘର ପୋଛୁଛନ୍ତିି, ଝିଅ ବାର୍ରେ ନାଚୁଛନ୍ତି

ସିଲଂ(ଏଜେନ୍ସି): ବଙ୍ଗାଳୀ ଭାଷାଭାଷୀ ଲୋକଙ୍କୁ ନେଇ ମେଘାଳୟ ରାଜ୍ୟପାଳ ତଥାଗତ ରାୟ ବିବାଦୀୟ ବୟାନ ଦେଇଛନ୍ତି । ତଥାଗତ ରାୟ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପଶ୍ଚିମବଙ୍ଗ କେବେ ମହାନ ଥିଲା ଏବେକାର ଦିନରେ ଆଉ ସେ ମହାନତା ନାହିଁ । ଏବେ ବଙ୍ଗାଳୀ ଘରର ପୁଅ ଲୋକଙ୍କ ଘର ସଫା କରୁଥିବା ବେଳେ ଝିଅ ଯାଇ ବାରରେ ନାଚୁଛନ୍ତି । କିଛି ରାଜ୍ୟରେ ହିନ୍ଦୀ ଭାଷା ପଢାକୁ ବିରୋଧ କରି ପ୍ରଦର୍ଶନ କରାଯିବା ପରେ ସେନେଇ ତଥାଗତ କେତେକ ଟ୍ୱିଟ୍ କରିଥିବା ବେଳେ ଏପ୍ରକାର ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ, ତଥାଗତ ହେଉଛନ୍ତି ପଶ୍ଚିମବଙ୍ଗ ନିବାସୀ ଓ ଜଣେ ବିଜେପି ନେତା । ପଶ୍ଚିମବଙ୍ଗରେ ହିନ୍ଦୀ ଭାଷା ପଢା ବିରୋଧରେ ପ୍ରଦର୍ଶନକୁ ତଥାଗତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ ଆସାମ, ମହାରାଷ୍ଟ୍ର ଏବଂ ଓଡ଼ିଶା ଅଣ ହିନ୍ଦୀ ଭାଷୀ ରାଜ୍ୟ ହୋଇଥିଲେ ବି ସେଠାରେ ହିନ୍ଦୀକୁ ବିରୋଧ କରାଯାଉନାହିଁ । କିନ୍ତୁ ବିଦ୍ୟାସାଗର, ରବୀନ୍ଦ୍ରନାଥ ଟାଗୋର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଜାତୀୟ ନେତାଙ୍କ ଜନ୍ମଭୂମୀ ପଶ୍ଚିମବଙ୍ଗରେ ହିନ୍ଦୀ ଭାଷାକୁ ବିରୋଧ କରାଯାଉଛି । ଏହି ମହାପୁରୁଷଙ୍କ ଦିନ ଆଉ ନାହିଁ । ଏବେ ପଶ୍ଚିମବଙ୍ଗର ସେ ମହାନତା ନାହିଁ । ଏବେ ହରିୟାଣାରୁ ନେଇ କେରଳ ପର୍ଯ୍ୟନ୍ତ ବଙ୍ଗାଳୀ ପୁଅ ଘର ସଫା କରୁଛନ୍ତି ଓ ବଙ୍ଗାଳୀ ଝିଅ ମୁମ୍ବଇ ବାରରେ ନାଚୁଛନ୍ତି । ତଥାଗତଙ୍କ ମନ୍ତବ୍ୟକୁ ଟିଏମସି ଘୋର ବିରୋଧ କରିଛି । ଏନେଇ ଟିଏମସି ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି । ତଥାଗତଙ୍କୁ ବିରୋଧ କରି ସାଂସଦ କାକୋଲି ଘୋଷ୍ ଧାରଣାରେ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ