ବଙ୍ଗୀୟ ପରମ୍ପରାରେ ମା ଙ୍କ ସନ୍ଧ୍ୟା ଆରତୀ
ହିନ୍ଦୁଧର୍ମରେ ଦୁର୍ଗା ପୂଜା ହେଉଛି ମହତ୍ତ୍ୱପୂର୍ଣ୍ଣ ଉତ୍ସବ । ପଶ୍ଚିମବଙ୍ଗରେ ଏହାର ନିଆରା ସ୍ୱତନ୍ତ୍ରତା ରହିଥିବାବେଳେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଦୁର୍ଗା ପୂଜା ବଡ଼ ଧୁମଧାମରେ ପାଳନ କରାଯାଏ । ନବରାତ୍ରିର ୯ ଦିନରେ ମା ଦୁର୍ଗାଙ୍କ ୯ଟି ରୂପକୁ ପୂଜା କରାଯାଏ । ପରେ ଦଶମୀ ଦିନ ମା ଙ୍କୁ ବିଦାୟ ଦିଆଯାଏ । ବଙ୍ଗୀୟ ରୀତିନୀତି ଅନୁଯାୟୀ ଏହି ଦିନ ସିନ୍ଦୁର ଖେଳ ହୁଏ । ମହିଳାମାନେ ମା ଙ୍କୁ ସିନ୍ଦୂର ଅର୍ପଣ କରିବା ସହ ପରସ୍ପର ମଧ୍ୟରେ ସିନ୍ଦୂର ଲଗାନ୍ତି । ପରେ ମା ଙ୍କୁ ବିସର୍ଜନ କରାଯାଏ ।ଦଦ୍ଭନବରାତ୍ରି ଅବସରରେ ୯ ଦିନ ଯାଏଁ ମା ଙ୍କୁ ବିଶେଷ ରୀତିନୀତିରେ ପୂଜା କରାଯାଏ । ସେଥି ମଧ୍ୟରୁ ସନ୍ଧ୍ୟା ଆଳତୀ ହେଉଛି ଅନ୍ୟତମ । ସନ୍ଧ୍ୟା ଆଳତୀ ବିଶେଷ ମହତ୍ତ୍ୱ ରହିଥାଏ । ଭଜନ, ଶଙ୍ଖ, ଢୋଲ, ନାଗରା, ଘଣ୍ଟି, ଘଣ୍ଟ ଓ ହୁଳହୁଳିରେ ମା ‘ଙ୍କ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୁଏ । କୋଲକାତାରେ ସନ୍ଧ୍ୟା ଆଳତୀର ଏତେ ମହତ୍ତ୍ୱ ଥାଏ ଯେ, ଏହାକୁ ଦେଖିବା ପାଇଁ ଲୋକେ ଦୂର ଦୂରାନ୍ତରୁ ଛୁଟିଆସନ୍ତି । ବଙ୍ଗୀୟ ରୀତିନୀତି ଅନୁଯାୟୀ ସେମାନଙ୍କ ବେଶଭୂଷା ମହୋଲକୁ ଆହୁରି ଆକର୍ଷଣୀୟ କରିଥାଏ । ଏହା ସହ ପଶ୍ଚିମବଙ୍ଗରେ ଏକ ନିଆରା ପରମ୍ପରା ରହିଛି । ଅଷ୍ଟମ ଦିନରେ ମାଦ ଙ୍କୁ ପୁଷ୍ପାଞ୍ଜଳି ଦେବାର ପରମ୍ପରା ରହିଛି । ବେଙ୍ଗଲୀମାନେ ଦେଶର ଯେଉଁ କୋଣରେ ଥିଲେ ମଧ୍ୟ ଅଷ୍ଟମୀ ଦିନ ସକାଳୁ ଉଠି ସ୍ନାନ ସାରି ମା ‘ଙ୍କୁ ଅବଶ୍ୟ ଫୁଲ ଅର୍ପଣ କରନ୍ତି ।