ପୁଣି ସକ୍ରିୟ ରାଜନୀତିକୁ ଫେରିବେ ପର୍ଭେଜ୍ ମୁଶାରଫ୍ ! ଆସନ୍ତାକାଲି ଦଳର କର୍ମୀଙ୍କୁ ସମ୍ବୋଧନ କରିବେ
ଇସଲମାବାଦ୍ :ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍ ମୁଶାରଫ୍ ପୁଣି ଥରେ ରାଜନୀତିକୁ ଫେରିବା ନେଇ ଯୋଜନା କରୁଛନ୍ତି । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ରାଜନୀତିରୁ ବିରତି ନେଇଥିଲେ । ସେ ଅଲ୍ ପାକିସ୍ତାନ ମୁସଲିମ୍ ଲିଗ୍ର ମୁଖ୍ୟ ଥିବା ବେଳେ ଏବେ ଦଳର ସ୍ଥାପନା ଦିନରେ ସେ ପୁଣି ଥରେ ରାଜନୀତିକୁ ଫେରିବେ ବୋଲି ଘୋଷଣା ହୋଇଛି । ଅକ୍ଟାବର ୬ରେ ଦଳର ସ୍ଥାପନା ଦିବସ ଥିବା ବେଳେ ସେ ପୁଣି ଥରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହାଇଛି । ଦୁବାଇରୁ ଭିଡିଓ କଲ୍ ମାଧ୍ୟମରେ ସେ ଦଳର ସଦସ୍ୟଙ୍କୁ ସମ୍ବାଧନ କରିବେ ।


