ବଜରଙ୍ଗୀ ସାଂସ୍କୃତିକ ପରିଷଦ ପକ୍ଷରୁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ପ୍ରତିଭା ଅନ୍ୱେଷଣ ସମ୍ମାନ ଅନୁଷ୍ଠିତ
ନାଉଗାଁ(ଯୁଗାଦ୍ଧ ନ୍ୟୁଜ୍) ନାଉଗାଁ ବ୍ଳକ ଅନ୍ତର୍ଗତ ଓଷକଣା ଗ୍ରାମରେ ବଜରଙ୍ଗୀ ସାଂସ୍କୃତିକ ପରିଷଦ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗ୍ରାମର ବଜରଙ୍ଗୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ଗ୍ରାମାଂଚଳର ପିଲାମାନଙ୍କ ମଧ୍ୟରେ ଲୁକାୟିତ ଥିବା ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ଏକ ନୃତ୍ୟ ସଙ୍ଗୀତର ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ସ୍ଥାନୀୟ ଅଂଚଳର ବହୁ କୁନି କୁନି କଳାକାର ଯୋଗ ଦେଇ ନିଜର ପ୍ରତିଭା ବିକଶିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲୁରାମ ଜେନା,ସମାଜସେବୀ ପ୍ରତାପ ଚନ୍ଦ୍ର ପରିଡା,ବିଚିତ୍ର କୁମାର ପଣ୍ଡା, ଶିକ୍ଷକ ସୁକାନ୍ତ କୁମାର ଲେଙ୍କା,କବିୟତ୍ରୀ କଳ୍ପନା କଳ୍ପଲତା ବିଶ୍ୱାଳ,ସୋସିଆଲ ମିଶନ ୱାଲର୍ଡର ସଂପାଦକ ସର୍ବେଶ୍ୱର ମହାରଣା ପ୍ରମୂଖ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭୁତି ଭୂଷଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର ସଂପାଦକ ଲଳିତ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ରବିବାର ଉଦଘାଟିତ ହୋଇଥିଲା । ଏହି ଅବସରରେ କଳସ ଶୋଭାଯାତ୍ରା କରାଯିବା ସହିତ ଯଜ୍ଞ ହୋମାଦି କରାଯାଇଥିଲା ।


