ବଜାରକୁ ଆସିଲା ହିରୋ ସେଗମେଂଟ୍ରେ ମାଏଷ୍ଟ୍ରୋ ଏଡଜ୍-୧୨୫ ଏବଂ ପ୍ଲେଜର ପ୍ଲସ୍-୧୧୦

(ଯୁଗାଦ୍ଦ ନ୍ୟୁଜ) ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ପ୍ରିମିୟମ୍ ସେଗମେଂଟ୍ରେ କାରବାର ବୃଦ୍ଧି ନିମନ୍ତେ ଅଲ୍ ନିୟୁ ଶକ୍ତିଶାଳୀ ୧୨୫ସିସି ସ୍କୁଟର ମାଏଷ୍ଟ୍ରୋ ଏଡଜ୍-୧୨୫ ଏବଂ ପ୍ଲେଜର ପ୍ଲସ୍-୧୧୦ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି ।ପୂର୍ବରୁ ଡେଷ୍ଟିନ୍-୧୨୫ ସ୍କୁଟର ବେଶ୍ ଗ୍ରାହକ ଆଦୃତି ଲାଭ କରିପାରିଥିବାବେଳେ ଏବେ ଏହି ନୂତନ ଯାନ ସ୍କୁଟର ସେଗମେଂଟ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ କରି ଫୁଏଲ୍ ଇଞ୍ଜେକସନ୍ (ଏଫ୍ଆଇ) ଜ୍ଞାନକୌଶଳଯୁକ୍ତ ମାଏଷ୍ଟ୍ରୋ ଏଡଜ୍-୧୨୫ର ବଜାର ପ୍ରବେଶ କରାଯାଇଛି । ଏହାର ଏଫଆଇ ଭ୍ୟାରିଆଂଟ୍ର ମୂଲ୍ୟ ୬୨,୭୦୦ଟଙ୍କା ଥିବାବେଳେ ଆଇ-୩-ଏସ୍ କାର୍ବ ଭ୍ୟାରିଆଂଟ୍ର ଡ୍ରମ ଯୁକ୍ତ ମୂଲ୍ୟ ୫୮,୫୦୦ଟଙ୍କା ରହିଛି । ସେହିପରି ଏହାର ଡିସ୍କ ଯୁକ୍ତ ମୂଲ୍ୟ ୬୦,୦୦୦ଟଙ୍କା ରହିଛି । ସେହିପରି ୧୧୦ସିସି ବିଶିଷ୍ଟ ପ୍ଲେଜର ପ୍ଲସ-୧୧୦ ମୂଲ୍ୟ ୪୭,୩୦୦ଟଙ୍କା ରହିଛି । ଏହି ନୂତନ ଦୁଇଚକିଆଯାନର ବଜାର ପ୍ରବେଶ ଦ୍ୱାରା ହିରୋ ୭ଟି ନୂତନ ଉତ୍ପାଦ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ଏହା ପୂର୍ବରୁ କମ୍ପାନୀ ଏକ୍ସ ରେଞ୍ଜ୍ ମୋଟର ସାଇକେଲ୍ ବର୍ଗରେ ଏକ୍ସ ପ୍ଲସ୍-୨୦୦, ଏକ୍ସ ପ୍ଲସ୍-୨୦୦-ଟି ଏବଂ ଏକ୍ସଟ୍ରିମ୍ ୨୦୦-ଏସ୍ର ବଜାର ପ୍ରବେଶ କରାଇଥିଲା । ଏସମ୍ପର୍କରେ ହିରୋ ମୋଟୋକର୍ପ ଲିଃ.ର ଚିଫ୍ ଟେକ୍ନୋଲୋଜି ଅଫିସର ମାର୍କସ୍ ବ୍ରୁନ୍ସ୍ପେଜର୍ କହିଲେ, “ଅଲ୍ ନିୟୁ ମାଏଷ୍ଟ୍ରୋ ଏଡଜ୍-୧୨୫ ଏବଂ ପ୍ଲେଜର ପ୍ଲସ୍-୧୧୦ ଆମର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ମାଏଷ୍ଟ୍ରୋରେ ଏଫ୍ଆଇ ଜ୍ଞାନକୌଶଳ ରହିଛି । ଏହା ପୂର୍ବରୁ ଡେଷ୍ଟିନ୍- ୧୨୫ର ବଜାର ପ୍ରବେଶ ହୋଇଥିଲା । ବଜାରରେ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ ଜାରି ରଖିଛି ।” ଏସମ୍ପର୍କରେ ହିରୋ ମୋଟୋକର୍ପର ଗ୍ଲୋବାଲ ପ୍ରଡକ୍ଟ ପ୍ଲାନିଂ ମୁଖ୍ୟ ମାଲୋ ଲେ ମାସନ କହିଲେ, “ଅଲ୍ ନିୟୁ ମାଏଷ୍ଟ୍ରୋ ଏଡଜ୍-୧୨୫ ଏବଂ ପ୍ଲେଜର ପ୍ଲସ୍-୧୧୦ର ଆକର୍ଷଣୀୟ ତଥା ବଳିଷ୍ଠ ଡିଜାଇନିଂ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହା ଦ୍ୱାରା ୧୨୫ ସିସି ଏବଂ ୧୧୦ ସିସି ପ୍ରିମିୟମ୍ ସ୍କୁଟର ସେଗମେଂଟ୍ରେ କମ୍ପାନୀ ନିଜର ସ୍ଥିତି ସୁଦୃଢ଼ କରି ଘରୋଇ ତଥା ବିଶ୍ୱସ୍ତରରେ କାରବାର ବୃଦ୍ଧି ଏହି ନୂତନ ଉତ୍ପାଦ ମାଧ୍ୟମରେ ସମ୍ପନ୍ନ କରିପାରିବ ।” ଏହି ଅବସରରେ ହିରୋ ମୋଟୋ କର୍ପର କଷ୍ଟମର କେୟାର ଏବଂ ପାର୍ଟସ୍ ବିଜ୍ନେସ୍ ସେଲସ୍ ମୁଖ୍ୟ ସଞ୍ଜୟ ଭାନ୍ କହିଲେ, ଆମେ ଯୋଜନାବଦ୍ଧ ଭାବରେ କାର୍ଯ୍ୟକରି ଉପଯୁକ୍ତ ସଫଳତା ଲାଭ କରିଥିବାବେଳେ ଆବଶ୍ୟକ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାକୁ ସକ୍ଷମ ହୋଇଛୁ । ୧୨୫ ସିସି ସ୍କୁଟର ବର୍ଗରେ ମାଏଷ୍ଟ୍ରୋ ଏଡଜ୍-୧୨୫ ଏବଂ ୧୧୦ ସିସି ବର୍ଗରେ ପ୍ଲେଜର ପ୍ଲସ୍-୧୧୦ ବିଶେଷ ସଫଳ ରହିବାର ଆଶା ରହିଛି । ଏହି ସ୍କୁଟର ବର୍ଗ ଏବେ ଦେଶବ୍ୟାପି ଉପଲବ୍ଧ ହେଉଛି ।” ମାଏଷ୍ଟ୍ରୋ ଏଡଜ୍-୧୨୫ରେ ପାୱାରଫୁଲ୍ ରାଇଡ୍ ୧୨୫ ସିସି ଇଞ୍ଜିନ, ଏଫ୍ଆଇ ଜ୍ଞାନକୌଶଳ, ୮.୭ ବିଏଚପି, ୬୭୫୦ ଆରପିଏମ୍, ଟର୍କ ୧୦.୨ ଏନଏମ୍. ୫୦୦୦ ଆରପିଏମ୍, ଆଇ-୩-ଏସ୍ ଜ୍ଞାନକୌଶଳ, ରିମୋଟ୍ କି ଟପନିଙ୍ଗ୍, ମୋବାଇଲ୍ ଚାର୍ଜିଂ ପୋର୍ଟ, ବୁଟ୍ ଲାଇଟ୍, ଇଂଟିଗ୍ରେଟେଡ୍ ବ୍ରେକିଂ ସିଷ୍ଟମ୍, ବୋଲ୍ଟ ପ୍ରମିୟମ୍ ଷ୍ଟାଇଲ୍, କ୍ରୋମ ଚେଷ୍ଟ, ମେଟାଲ ବଡି, ସିଗ୍ନେଚର ଟେଲ୍ ଲ୍ୟାମ୍ପ୍, ୱଙ୍କର, କାଷ୍ଟ ହ୍ୱିଲ୍ ଆଦି ବୈଶିଷ୍ଟ୍ୟ ରହିଛି ।ଏହାର ଏଫ୍ଆଇ ଯୁକ୍ତ ମାଏଷ୍ଟ୍ରୋ ଏଡଜ୍-୧୨୫ ପର୍ଲ ହ୍ୱାଇଟ୍ ସହିତ ବ୍ରାଉନ୍ ଇନର ପ୍ୟାନେଲ ଏବ ଆଷ୍ଟ୍ରୋ ଗୋଲ୍ଡ ପ୍ରଂଟ୍ ଫର୍କ ତଥା ପାନ୍ଥର ବ୍ଲାକ୍ ସହିତ ସ୍ପୋର୍ଟି ରେଡ୍ ଇନର ପ୍ୟାନେଲ୍ ଆଦି ୨ଟି ରଙ୍ଗରେ ଉପଲବ୍ଧଧ ହେଉଛି । ସେହିପରି ମାଏଷ୍ଟ୍ରୋ ଏଡଜ୍-୧୨୫-ଆଇ-୩-ଏସ୍ ମାଟ୍ ବ୍ଲୁ, ମାଟ୍ ରେଡ୍, ମାଟ୍ ବ୍ରାଉନ୍ ଏବଂ ମାଟ୍ ଭର୍ନିୟର ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି । ପ୍ଲେଜର ପ୍ଲସ୍-୧୧୦ରେ ପାୱାରଫୁଲ୍ ରାଇଡ୍ ୧୧୦ ସିସି ଇଞ୍ଜିନ, ଏଫ୍ଆଇ ଜ୍ଞାନକୌଶଳ, ୮ବିଏଚପି, ୭୫୦୦ ଆରପିଏମ୍, ଟର୍କ ୮.୯ ଏନଏମ୍. ୫୦୦୦ ଆରପିଏମ୍, ଫୁଏଲ ଏବଂ ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର, ସ୍ଲିକ୍ ରିୟର ଟେଲ୍,ଏଲଇଡି ଲ୍ୟାମ୍ପ୍, ମୋବାଇଲ୍ ଚାର୍ଜିଂ ପୋର୍ଟ, ବୁଟ୍ ଲାଇଟ୍, ଇଂଟିଗ୍ରେଟେଡ୍ ବ୍ରେକିଂ ସିଷ୍ଟମ୍, ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଓଜନ ୧୦୧ କିଲୋଗ୍ରାମ୍ ରହିଛି । ଏହା ଶିଟ୍ ମେଟାଲ ତଥା କାଷ୍ଟ ହ୍ୱିଲ୍ ଆଦି ୨ଟି ଭ୍ୟାରିଆଂଟ୍ରେ ଉପଲବ୍ଧ । ଏହାର ଶିଟ୍ ମେଟାଲ ଗ୍ଲୋସି ବ୍ଲାକ୍, ଗ୍ଲୋସି ବ୍ଲୁ, ଗ୍ଲୋସି ହ୍ୱଇଟ୍ ଏବଂ ଗ୍ଳୋସି ରେଡ୍ ରଙ୍ଗରେ ଉପଲବ୍ଧ ହେଉଛି । ସେହିପରି ଏହାର କାଷ୍ଟ ହ୍ୱିଲ୍ ମାଟ୍ ରେଡ୍ଳ ମାଟ୍ ଗ୍ରୀନ୍ ଏବ ଂମାଟ୍ ଭର୍ନିୟର ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ