ବଜାରରେ ଆମୱେର ନୂଆ ଉତ୍ପାଦ
ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ସର୍ବବୃହତ୍ତ ପ୍ରତ୍ୟକ୍ଷ ବିକ୍ରି ଏଫ୍ଏମ୍ସିଜି କମ୍ପାନୀ ଆମୱେ ଇଣ୍ଡିଆ ପକ୍ଷରୁ ପର୍ସନାଲ କେୟାର ବର୍ଗରେ ଏହାର ଅଭିନବ ଉତ୍ପାଦ-ପର୍ସୋନା ଜର୍ମ ପ୍ରୋଟେକ୍ସନ ଆଣ୍ଡ ମଏଶ୍ଚରାଇଜିଂ ଲିକ୍ୱିଡ ହାଣ୍ଡୱାସକୁ ଉନ୍ମୋଚନ କରାଯାଇଛି । ଭାରତୀୟ ଗ୍ରାହକଙ୍କ ପାଇଁ ଭାରତରେ ଏହି ନୂଆ ତରଳ ହାଣ୍ଡୱାସକୁ ବିକଶିତ କରାଯାଇଛି । ଏହା ଆଲୋଭେରା ଦ୍ୱାରା ଉପଯୁକ୍ତ ପୋଷଣ ଏବଂ ମଏଶ୍ଚରାଇଜେସନ୍ ପ୍ରଦାନ କରୁଛି । ଏହି ନୂଆ ହାଣ୍ଡୱାସ ସୁରକ୍ଷିତ, ପ୍ରଭାବଶାଳୀ ଏବଂ ପରିବେଶ ମିତବ୍ୟୟୀ । ଏଥିରେ ପାରାବିନ, ସଲଫେଟ୍ ଓ ଟ୍ରିକ୍ଲୋସାନ ନାହି । ଯାହାକୁ ସାଧାରଣତଃ ସଂରକ୍ଷକ ଭାବେ କଞ୍ଜ୍ୟୁମର ଉତ୍ପାଦରେ ବ୍ୟବହାର କରାଯାଏ । ଏହା ଦ୍ୱାରା ବ୍ୟାବହାରିକ ପରିବର୍ତ୍ତନ ଓ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆମୱେ ଇଣ୍ଡିଆ ଏହାର ସୁଦୃଢ଼ ଆମୱେ ପ୍ରତ୍ୟକ୍ଷ ବିକ୍ରେତାଙ୍କ ସଂଖ୍ୟା ଜରିଆରେ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଏହି ତରଳ ହାଣ୍ଡୱାସ ଉତ୍ପାଦର ଗ୍ରହଣୀୟତାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ପର୍ସୋନା ଜର୍ମ ପ୍ରୋଟେକ୍ସନ ଆଣ୍ଡ ମଏଶ୍ଚରାଇଜିଂ ହାଣ୍ଡୱାସର ୨୫୦ ଏମ୍ଏଲ୍ର ମୂଲ୍ୟ ୨୬୫ ଟଙ୍କା ରହିଥିବା ବେଳେ ଏହାକୁ ସାରା ଭାରତରେ ସ୍ୱତନ୍ତ୍ର ଭାବେ ଆମୱେ ପ୍ରତ୍ୟକ୍ଷ ବିକ୍ରେତାଙ୍କ ଜରିଆରେ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି ।