ବଜାରରେ ଏଫ୍ ଆଣ୍ଡ୍ ଡିର ଟି-୩ଠଠ-ଏକ୍ସ ସାଉଣ୍ଡ ବାର୍
ନୂଆଦିଲ୍ଲୀ, (ଏଜେନ୍ସି): ପୁରାତନ ଅଡ଼ିଓ ଉତ୍ପାଦ ନିର୍ମାଣକାରୀ କମ୍ପାନୀ ଏଫ୍ ଆଣ୍ଡ ଡି ପକ୍ଷରୁ ଟି-୩୦୦-ଏକ୍ସ ସାଉଣ୍ଡ ବାର୍ର ବଜାର ପ୍ରବେଶ କରାଯାଇଛି । ଏହାର ମୂଲ୍ୟ ୯,୯୯୦ଟଙ୍କା ରହିଛି । ଏହା ସିନେମାଟିକ୍ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ । ଏଥିରେ ଗ୍ରେଟ୍ ମିଡ୍ ରେଞ୍ଜ୍, ଭଏସ୍ ବାଲାନ୍ସ୍ ଓ ଡାଇନାମିକ୍ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ସବ୍ ଉଫର୍ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏହା ସ୍ଲିପ୍ ଫଙ୍କସନ୍କୁ ସପୋର୍ଟ କରିଥାଏ । ଏଥିରେ ଏଲ୍ଇଡ଼ି ୮ ଇଞ୍ଚ ସବଉଫର୍ ଡିସ୍ପ୍ଲେ ରହିଛି । ଏଥିରେ ବ୍ଲ୍ୟୁଟୁଥ୍, ୨.୧ ସ୍ପିକର ୨ ସାଟେଲାଇଟ୍ ସ୍ପିକର, ୭୦ ୱାଟ୍ ଓ ପିଏଲ୍ଏଲ୍ ଜ୍ଞାନକୌଶଳ ଆଦି ରହିଛି । ଏହା ଉପରେ ୧ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଇଛି । ଏହା ବ୍ଲ୍ୟୁଟୁଥ୍କୁ ସପୋର୍ଟ କରିଥାଏ । ଏଥିରେ ୧୫ ଏମ୍ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ । ଏଥିରେ ୟୁଏସ୍ବି/ ଏସ୍ଡ଼ି କାର୍ଡ, ଟିଭି ଆଦି ଡିଭାଇସ୍ ସଂଯୋଗ କରିହୋଇଥାଏ । ସେହିପରି ଏଥିରେ ୧୦୦ ଷ୍ଟେଶନଯୁକ୍ତ ଏଫ୍ଏମ ରେଡ଼ିଓ ମଧ୍ୟ ରହିଛି । ଏହା ରିମୋର୍ଟର ନ୍ୟୁମେରିକ୍ କି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏଫ୍ ଆଣ୍ଡ୍ ଡିର ନିର୍ଦ୍ଦେଶକ ମୁକେଶ ବଂସଲ କହିଛନ୍ତି ଯେ ଟି-୩୦୦-ଏକ୍ସ ସାଉଣ୍ଡ ବାର୍ ଗୁଣବତାଯୁକ୍ତ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ ।


