ବଜାରରେ ଏସ୍କର୍ଟସ ୨୪³୭ କେୟାର ବଟନ ବିଶିଷ୍ଟ ପ୍ରଥମ ଟ୍ରାକ୍ଟର
ନୂଆଦିଲ୍ଲୀ, (ଏଜେନ୍ସି): ଅଗ୍ରଣୀ ଟ୍ରାକ୍ଟର କମ୍ପାନୀ ଏସ୍କର୍ଟସ୍ ଏହାର ସମୁଦାୟ ରେଞ୍ଜ୍ର ପାୱାର ଟ୍ରାକ ଓ ଫାର୍ମ ଟ୍ରାକ ଟ୍ରାକ୍ଟର ରେ ୨୪³୭ କେୟାର ବଟନ’ ନାମକ ଡିସ୍ରପଟିଭ ଫିଚର୍ ସଂଯୋଗ କରିଛନ୍ତି । ବର୍ତ୍ତମାନ ସମସ୍ତ ଏସ୍କର୍ଟସ ଗ୍ରାହକ କେବଳ ଟ୍ରାକ୍ଟରରେ ଦିନର ଯେ କୌଣସି ସମୟରେ କୌଣସି ଟେକ୍ନିକାଲ କିମ୍ବା ଅନ୍ୟାନ୍ୟ ସହାୟତା ପାଇଁ ଏକ ସ୍ୱତନ୍ତ୍ର ବଟନ ଦବାଇ ଦୁଇ ମିନିଟ୍ରେ ଜଣେ ତାଲିମ ପ୍ରାପ୍ତ କମ୍ପାନୀ ଇଞ୍ଜିନୀୟର୍ଙ୍କ ଠାରୁ ଏକ କଲ୍ବ୍ୟାକ ପାଇପାରିବେ । ଏହିପରି ଭାବେ କମ୍ପାନୀ ସର୍ବଦା ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗରେ ରହିପାରିବେ ଏବଂ ଆବଶ୍ୟକ ସ୍ଥଳେ ତୁରନ୍ତ ସହାୟତା ପ୍ରଦାନ କରିପାରିବେ ବୋଲି କମ୍ପାନୀ ଦାବି କରିଛି । ପ୍ରକାଶ ଯେ ୨୪³୭ କେୟାର ଡିଭାଇସ୍ ଏକ ଟେକ୍ନୋଲୋଜି ସମ୍ପର୍କିତ ଉର୍କ୍ରଷତା । ସମସ୍ତ ଫାର୍ମ ଟ୍ରାକ ଏବଂ ପାୱାର ଟ୍ରାକ ଟ୍ରାକ୍ଟରରେ ବର୍ତ୍ତମାନ ଫ୍ୟାକ୍ଟ୍ରିରୁ ଫିଟ୍ ହୋଇ ଆସୁଛି, ଏହି ଡିଭାଇସ୍ରେ ଏକ ସ୍ପିକର ଫୋନ୍, ଏକ ମାଇକ୍ରୋ ଫୋନ୍ ଏବଂ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ସିମ କାର୍ଡ଼ ରହିଛି । ଯାହା ଏସ୍କର୍ଟସକୁ ଟ୍ରାକ୍ଟର ଏବଂ ଗ୍ରାହକଙ୍କ ମଧ୍ୟରେ ଏକ ପ୍ରତ୍ୟକ୍ଷ ଦ୍ୱିମୁଖୀ ଯୋଗାଯୋଗ ବଜାୟ ରଖିବାରେ ସହାଯ୍ୟ କରୁଛି । ଏହି ଫିଚର୍କୁ ପୃଷ୍ଠ ଭୁମିରେ ସମର୍ଥନ କରୁଛି ବହୁ ଭାସି, ଅବିରାମ କଲ୍ ସେଣ୍ଟର । ଥରେ ଗୋଟିଏ ବଟନ ଦବାଇବା ପରେ ଗ୍ରାହକ କିଛି ସେକେଣ୍ଡ ମଧ୍ୟରେ କଲ୍ବ୍ୟାକ ପାନ୍ତି ଏବଂ କମ୍ପାନୀର ତାଲିମ ପ୍ରାପ୍ତ ଇଞ୍ଜିନିୟରମାନେ ଅନ୍ଲାଇନ୍ ସହାୟତା ପ୍ରଦାନ କରନ୍ତି ।ା ଯଦି କୌଣସି କାରଣରୁ ମୋବାଇଲ ଫୋନରେ ଗ୍ରାହକଙ୍କ ସହିତ ଯୋଗାଯୋଗ କରିନହୁଏ ତେବେ ଏକ କଲ୍ ସିଧାସଳଖ ଡିଭାଇସ୍ର ନିଜସ୍ୱ ସିମ୍, ସ୍ପିକର ଏବଂ ମାଇକ୍ରୋଫୋନ୍ ମଧ୍ୟମରେ ଟ୍ରାକିଂ କରାଯାଇ ପାରିବ


