ବଜାରରେ ଟୟୋଟା ଗ୍ଲାଞ୍ଜା
ନୂଆଦିଲ୍ଲୀ, (ଏଜେନ୍ସି): ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ଗ୍ଲାଞ୍ଜାର ବଜାର ପ୍ରବେଶ କରାଯାଇଛି । ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । ଏହାର ବିଭିନ୍ନ ଭ୍ୟାରିଆଣ୍ଟ ମଧ୍ୟରେ ଜି-ଏମ୍ଟି, ଭି-ଏମ୍ଟି, ଜି-ସିଭିଟି ଏବଂ ଭି-ସିଭିଟି ରହିଛି, ଏହାର ମୂଲ୍ୟ ଯଥାକ୍ରମେ ୮,୨୯,୯୦୦ଟଙ୍କା, ୭,୨୦,୯୦୦ ଟଙ୍କା, ୮,୯୦,୨୦୦ଟଙ୍କା ଏବଂ ୭,୫୮,୨୦୦ଟଙ୍କାରୁ ୧୪,୦୭,୦୦୦ଟଙ୍କା ମଧ୍ୟରେ ରହିଛି । ଏହା ଟୟୋଟାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତାକୁ ପ୍ରତିପାଦିତ କରିବାକୁ ସକ୍ଷମ । ଗ୍ଲାଞ୍ଜା ବିଳାସପୂର୍ଣ୍ଣ ଆରାମଦାୟକ ଶ୍ରେଣୀର ପ୍ରିମିୟମ୍ କେ-ସିରିଜ୍ ଯାନ ମଧ୍ୟରେ ବିଶେଷ ଆଦୃତି ଲାଭ କରିବ ବୋଲି କମ୍ପାନୀ ପକ୍ଷରୁ ଆଶା ପ୍ରକାଶ କରାଯାଇଛି । ଏହାର ବୁକିଂ ଚଳିତ ଜୁନ୍ ଠାରୁ ଆରମ୍ଭ ହୋଇଛି । ଏହା କେଫ୍ ହ୍ୱାଇଟ୍, ସ୍ପୋର୍ଟିନ୍ ରେଡ୍, ଇନଷ୍ଟା ବ୍ଲ୍ୟୁ, ଗେମିଂ ଗ୍ରେ ଓ ଇଂଟିସିଂ ସିଲଭର୍ ଆଦି ୫ଟି ରଙ୍ଗରେ ଉପଲବ୍ଧ । ଏଥିରେ ୭ ଏସ୍ଆର୍ଏସ୍ ଏୟାର ବ୍ୟାଗ୍, ପାୱାର ଡ୍ରାଇଭ୍ ସିଟ୍, ସମସ୍ତ ୪ ଚକରେ ଡିକ୍ସ୍ ବ୍ରେକ୍, ସମ୍ମୁଖ ଓ ପଛ ପାର୍କିଂ ସେନସର୍, ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍, ଭେଇକିଲ୍ ଷ୍ଟାବିଲିଟି କଣ୍ଟ୍ରୋଲ, ଇଲୋକ୍ଟ୍ରେନିକ୍ସ୍ ବ୍ରେକ୍ ଡିଷ୍ଟ୍ରିବ୍ୟୁସନ୍, ରୁଫ୍୍ ମାଉଣ୍ଟେଡ୍ ଏୟାର ଭେଣ୍ଟ୍, ଟିପିଏମ୍ଏସ୍, ସ୍ପ୍ଲିଟ୍ ରିୟର ସିଟ୍, ଟଚ୍ ସ୍କ୍ରିନ୍ ନାଭିଗେସନ୍, ସିଭିଟି ଏବଂ କ୍ରୁଏଜ୍ କଣ୍ଟ୍ରୋଲ ପାଇଁ ପାଡ଼େଲ ସିଫ୍ଟ, ପୁଶ୍ ଷ୍ଟାର୍ଟ, ଏଲ୍ଇଡ଼ି ଲାଇନ୍ ଗାଇଡ଼୍ ହେଡ଼୍ ଲ୍ୟାଭ୍ପ୍, ଏବଂ ଟେଲ୍ ଲ୍ୟାମ୍ପ୍, ପିଆନୋ ବ୍ଲାକ୍ ଆଭ୍ୟନ୍ତରୀଣ ଓ ୱାଟର ଫଲ୍ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି । ଗ୍ଲାଞ୍ଜାରେ ଡୁଆଲ୍ ଭିଭିଟି ଆଇ ଗ୍ୟାସୋଲିନ୍ ଇଞ୍ଜିନ୍, ୭ସ୍ପିଡ୍ ସିଭିଟି ଓ ୬ ସ୍ପିଡ୍ ଏମ୍ଟି ଆଦି ବୈଶିଷ୍ଟ୍ୟ ରହିଛି ।