ବଜାରରେ ବଜାଜ ଅଟୋ ଆଭେଞ୍ଜର୍ ଷ୍ଟ୍ରିଟ୍ ୧୬ଠ ଏବିଏସ୍
ମୁମ୍ବାଇ, (ଏଜେନ୍ସି): ବଜାଜ୍ ଅଟୋ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଆଭେଞ୍ଜର ଷ୍ଟ୍ରିଟ୍ ୧୬୦ ଏବିଏସ୍ର ଉନ୍ମୋଚନ କରାଯାଇଛି । ଏହା ଦ୍ୱାରା କମ୍ପାନୀ ସ୍ପୋର୍ଟସ୍ ବାଇକ୍ ବର୍ଗରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଏହି ନୂଆ ବାଇକ୍ରେ ସିଙ୍ଗଲ୍ ଚ୍ୟାନେଲ୍ ଏବିଏସ୍ ସହିତ ରୋଡଷ୍ଟର୍ ଡିଜାଇନ୍ର ହେଡ୍ଲ୍ୟାମ୍ପ୍ ସହିତ ଏଲ୍ଇଡ଼ ଡିଆର୍ଏଲ୍, ନୂଆ ଗ୍ରାଫିକ୍ସ, ବଡ଼ ଇନ୍ସାଇନିଆ, କଳା ଆଲଏ ହ୍ୱିଲ୍, ଲୋ ଓ ଲଙ୍ଗ୍ ପ୍ରୋଫାଇଲ୍ ଏବଂ ରବରାଇଜଡ ରିଅର ଗ୍ରାବ୍ ରହିଛି । ୨୦୦୫ରେ ପ୍ରଥମେ ବଜାଜ ଆଭେଞ୍ଜର ଉନ୍ମୋଚିତ ହୋଇଥିଲା । ଚିତବିନୋଦନ କ୍ରୁଇଜର୍ ବାଇକ୍ ଭାବେ ଏହା ଗ୍ରାହକଙ୍କ ଦ୍ୱାରା ଆଦୃତ ହୋଇଥିଲା । ଆଭେଞ୍ଜର ଷ୍ଟ୍ରିଟ୍ ୧୬୦ ଏବିଏସ୍ରେ ଉଭୟ ରୋଡଷ୍ଟର୍ ଓ କ୍ରୁଇଜର୍ର ପରିଭାଷା ଏବଂ ଷ୍ଟ୍ରିଟ୍ କଣ୍ଟ୍ରୋଲ୍ ହାଣ୍ଡେଲ୍ ବାର୍, ତଳୁଆ ସିଟ୍ ଏବଂ ଆଲଏ ହ୍ୱିଲ୍ ରହିଛି । ଏହି ବାଇକ୍ ୧୫୦-୧୬୦ ସିସି ବର୍ଗର ଗ୍ରାହକଙ୍କୁ ସ୍ପୋର୍ଟି କ୍ରୁଇଜର୍ ଅନୁଭୂତି ପ୍ରଦାନ କରିବ । ଏହି ବର୍ଗରେ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦେଖାଯାଉଥିବା କ୍ରୁଇଜର ଷ୍ଟାଇଲ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ । ଆଭେଞ୍ଜର ଷ୍ଟ୍ରିଟ ୧୬୦ ଏବିଏସ୍ ସମସାମୟିକ ଷ୍ଟାଇଲ ସହିତ ଏହାର କ୍ଲାସିକାଲ ରୋଡଷ୍ଟର ଡିଜାଇନକୁ ମଧ୍ୟ ବଜାୟ ରଖିଛି । ଗ୍ରାହକମାନେ ନିଶ୍ଚିତ ରୂପେ କ୍ଲାସିକ ବାଇକ ଦୁନିଆରେ ପାଦ ଦେଇପାରିବେ । ଆଭେଞ୍ଜର ଷ୍ଟ୍ରିଟ୍ ୧୬୦ ଏବିଏସ୍ ଇବୋନି ବ୍ଲାକ ଏବଂ ସ୍ପାଇସି ରେଡ଼ ରଙ୍ଗରେ ଉପଲବ୍ଧ ହେବ । ଏହାର ଏକ୍ସ ସୋ’ରୁମ ମୂଲ୍ୟ ୮୨,୨୫୩ ଟଙ୍କା ରହିଛି ।


