ବଜାରରେ ବିଏମ୍ଡବ୍ଲ୍ୟୁ ଏକ୍ସ ୫

ମୁମ୍ବାଇ, (ଏଜେନ୍ସି): ବିଳାଶପୂର୍ଣ୍ଣ ଅଟୋମୋବାଇଲ କ୍ଷେତ୍ରରେ ଅଗ୍ରଣୀ, ବିଏମ୍ଡବ୍ଲ୍ୟୁ ପକ୍ଷରୁ ଭାରତରେ ଏହାର ସମ୍ପୂର୍ଣ୍ଣ ନୂଆ ବିଏମ୍ଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ କରାଯାଇଛି । ସମ୍ପୂର୍ଣ୍ଣ ନୂଆ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ଏକ ମଡ଼ର୍ଣ୍ଣ ଡିଜାଇନ ସହିତ ରିଫାଇନ୍ଡ଼ ଇଣ୍ଟେରିୟରସ ଏବଂ ପ୍ରାଧିକାରିକ ଉପସ୍ଥିତି ଜାହିର କରିଥାଏ । ଆଞ୍ଚଳିକ ରୂପେ ଉତ୍ପାଦିତ, ସମ୍ପୂର୍ଣ୍ଣ ନୂଆ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ବର୍ତ୍ତମାନ ଡିଜେଲ ଭ୍ୟାରିଆଣ୍ଟରେ ବିଏମ୍ଡବ୍ଲ୍ୟୁ ଡିଲରସିପ୍ ମାନଙ୍କରେ ଉପଲବ୍ଧ ହେଉଛି । ଏହାର ପେଟ୍ରୋଲ ଭାରିଆଣ୍ଟ ୨୦୧୯ର ଶେଷ ଆଡ଼କୁ ଉପଲବ୍ଧ ହେବାକୁ ଯାଉଛି । ପ୍ରକାଶ ଯେ ୧୯୯୯ରେ ବିଏମ୍ଡବ୍ଲ୍ୟୁ ଏକ୍ସ ୫ର ଶୁଭାରମ୍ଭ କରିଥିଲା । ଏହାର ଚତୁର୍ଥ ଜେନେରେସନ୍ ଏହି ମଡ଼େଲର ଟିପିକାଲ ଗୁଣବତ୍ତା ଗୁଡ଼ିକ ହେଉଛି-ଭର୍ସାଟିଲିଟି, ସଭରିଣ୍ଟି ଏବଂ ଲକ୍ଜ୍ୟୁରୀ । ସମ୍ପୂର୍ଣ୍ଣ ନୂଆ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ମୁଖ୍ୟତଃ ତିନୋଟି ଡିଜାଇନ ସ୍କିମସ-ସ୍ପୋର୍ଟ, ଏକ୍ସଲାଇନ ଏବଂ ଏମ ସ୍ପୋର୍ଟରେ ଉପଲବ୍ଧ । ସ୍ପୋର୍ଟ ଡିଜାଇନ୍ ଆଡ୍ରେନାଲିନ ସହିତ ସ୍ପୋର୍ଟି ଷ୍ଟାଇଲିଙ୍ଗର ପ୍ରଚଣ୍ଡତାକୁ ପାଳନ କରିଥାଏ । ଏକ୍ସଲାଇନ ମୁଖ୍ୟତଃ କାରର ସୁଦୃଢତା ଏବଂ ଆମୋଦ ଦାୟକ ପରିବେଶକୁ ଗୁରୁତ୍ୱ ଦେଇଥାଏ । ଅଲ୍ ନିୟୁ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ଦୁଇଟି ଡିଜେଲ ମଡ଼େଲ ଯେପରିକି-ବିଏମ୍ଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୩୦ଡ଼ି ଏବଂ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୩୦ଡ଼ି ଏକ୍ସଲାଇନ ଏବଂ ବିଏମ୍ଡବ୍ଲ୍ୟୁ ଏକ୍ସ ୫ ଏକ୍ସ ଡ୍ରାଇଭ ୪୦ ଆଇଏମ ସ୍ପୋର୍ଟ ରହିଥିବାବେଳେ ଏଗୁଡ଼ିକର ଏକ୍ସସୋରୁମ୍ ମୂଲ୍ୟ ଯଥାକ୍ରମେ ୭୨,୯୦,୦୦୦, ୮୨,୪୦,୦୦୦ ଏବଂ ୮୨,୪୦,୦୦୦ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ