ବଜାରରେ ସୋନି ନେକ୍ ବ୍ୟାଣ୍ଡ୍ ହେଡ଼ଫୋନ୍ ଡବ୍ଲ୍ୟୁଆଇ-ସି୬୦୦ଏନ୍

ନୂଆଦିଲ୍ଲୀ, (ଏଜେନ୍ସି): ସୋନି ଇଣ୍ଡିଆ ପକ୍ଷରୁ ଏହାର ନଏଜ୍ କ୍ୟାନସେଲିଂ ହେଡ୍ଫୋନ୍ସ୍କୁ ସମ୍ପ୍ରସାରଣ କରାଯାଇ ଡବ୍ଲ୍ୟୁଆଇ-ସି୬୦୦ଏନ୍ ନେକ୍ ବ୍ୟାଣ୍ଡ୍ ହେଡ୍ ଫୋନ୍ର ବଜାର ପ୍ରବେଶ କରାଯାଇଛି । କୌଣସି ଲମ୍ବା ତା’ର ବିନା, ଶବ୍ଦରେ ଏହା ଦୈନନ୍ଦିନ ଯୋଗାଯୋଗ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଏଥିରେ ଉନ୍ନତମାନର ସାଉଣ୍ଡ କ୍ୱାଲିଟ୍ ଏବଂ ନଏଜ୍ କ୍ୟାନସେଲିଂ ଫିଚର୍ ରହିଛି । ଏଥିରେ ଡିଜିଟାଲ ନଏଜ୍ କ୍ୟାନ୍ସେଲେସନ ସହିତ ୱାନ ପୁଶ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ନଏଜ୍-କ୍ୟାନସେଲିଂ (ଏଆଇଏନ୍ସି) ସୁବିଧା ରହିଛି । ଫଳରେ ଯାତ୍ରା କରୁଥିବା ବେଳେ ମ୍ୟୁଜିକ୍ ବିନା ଅନ୍ୟ କିଛି ଶୁଣାଯାଇ ନଥାଏ । ଏହି ଡବ୍ଲ୍ୟୁଆଇ-ସି୬୦୦ଏନ୍ରେ ସୋନି ଦ୍ୱାରା ବିକଶିତ ଡିଏସ୍ଇଇ (ଡିଜିଟାଲ ସାଉଣ୍ଡ୍ ଏନହାନ୍ସମେଣ୍ଟ ଇଞ୍ଜିନ୍) ଜ୍ଞାନକୌଶଳ ରହିଛି । ଏହା କମ୍ପ୍ରେସଡ଼୍ ଅଡ଼ିଓ ଫାଇଲ୍ର ସାଉଣ୍ଡ୍ ବର୍ଦ୍ଧିତ କରେ । ଡବ୍ଲ୍ୟୁଆଇ-ସି୬୦୦ଏନ୍ ସୋନିର ପ୍ରଶଂସକ ଏବଂ ଭଲ ପାଉଥିବା ଗ୍ରାହକଙ୍କୁ ସମାନ କ୍ରିଷ୍ଟାଲ-କ୍ଲିୟର ସାଉଣ୍ଡ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ହେଡ୍ଫୋନ୍କୁ ଦୀର୍ଘ ସମୟ ପାଇଁ ବ୍ୟବହାର କରିବାକୁ ନିଖୁଣ ଭାବେ ନିର୍ମିତ କରାଯାଇଛି । ଏହାର ଇମ୍ପ୍ରେସିଭ୍ ଲାଇଟ୍ ୱେଟ୍, ଆନୁମାନିକ ୩୪ ଗ୍ରାମ୍ ଯୋଗୁଁ ଏହାକୁ ସୁରକ୍ଷିତ ନେକ୍ ବ୍ୟାଣ୍ଡ୍ ଭାବେ ବ୍ୟବହାର କରାଯାଇଥାଏ । ଏହା ଇଲାଷ୍ଟିକ୍ ମ୍ୟାଟେରିଆଲ୍ ଦ୍ୱାରା ର୍ନିମିତ । ଏହାକୁ ଆରାମଦାୟକ ଭାବେ ଦିନସାରା ବ୍ୟବହାର କରାଯିବ ସହ ସହଜରେ ବ୍ୟାଗ୍ରେ ରଖିହୋଇଥାଏ । ଏହି ନେକ୍ ବ୍ୟାଣ୍ଡ୍ ୬.୫ ଘଣ୍ଟାର ବ୍ୟାଟେରୀ ଲାଇଫ୍ ନଏଜ୍ କ୍ୟାନସେଲଲେସନ୍ ଟର୍ଣ୍ଣଡ଼ ଅନ୍ ଦ୍ୱାରା ଉପଲବ୍ଧ ହୋଇଥାଏ । ସେହିପରି ନଏଜ୍ କ୍ୟାନେସେଲଲେସନ୍ ଟର୍ଣ୍ଣଡ଼୍ ଅଫ୍ କରି ଏହା ୭.୫ ଘଣ୍ଟାର ବ୍ୟାଟେରୀ ଲାଇଫ୍ ପ୍ରଦାନ କରିଥାଏ । ଏହା ଦ୍ୱାରା ବ୍ୟବହାରକାରୀ ୬.୫ ଘଣ୍ଟାର ନନ୍ ଷ୍ଟପ୍ ମ୍ୟୁଜିକ୍ ଶୁଣିବା ସୁବିଧା ଉପଲବ୍ଧ ହୋଇ ପାରିବ । ଯାତ୍ରାକୁ ଅଧିକ ଉପଭୋଗ ଏବଂ ମ୍ୟୁଜିକ୍ ଶୁଣିବାରେ ନିମଗ୍ନ ରହିବାର ଅବସର ବିନା ତା’ରରେ ଏହି ନଏଜ୍ କ୍ୟାନ୍ସେଲିଂ ନେକ୍ ବ୍ୟାଣ୍ଡ ପ୍ରଦାନ କରିବ । ଡବ୍ଲ୍ୟୁଆଇ-ସି୬୦୦ଏନ୍ରେ କମ୍ପାକ୍ଟ ୬-ମିମି ଡ୍ରାଇଭର୍ ରହିଛି । ଯାହାକି ଛୋଟ ତଥା ଆରାମ ଦାୟକ ଇୟରଫୋନ୍ ଉପଲବ୍ଧ କରାଇଥାଏ । ଏହା ସହଜରେ ଫିଟ୍ ହେବା ସହ ଶ୍ରୁତି ମଧୁର ସାଉଣ୍ଡ୍ ସୃଷ୍ଟି କରିଥାଏ । ଏହାର ମ୍ୟାଗ୍ନେଟିକ୍ ହାଉସିଂ କ୍ଲେଭର୍ଲି ଇୟରବଡସ୍କୁ ସ୍ନାପ୍ କରିବା ସହିତ ଗୁଡ଼େଇ ହୋଇଥିବା ତାର ଠାରୁ ଦୂରେଇ ରଖେ । ସୋନିର ଏହି ହେଡ୍ଫୋନ୍ ଡବ୍ଲ୍ୟୁଆଇ-ସି୬୦୦ଏନ୍ରେ ହ୍ୟାଣ୍ଡସ୍ ଫ୍ରି ରହିଛି । ଯାହାଦ୍ୱାରା ମ୍ୟୁଜିକ୍ ଶୁଣିବା ସମୟରେ କଲ ରିସିଭ୍ କରିବା କିମ୍ବା କଲ୍ କରି ହୋଇଥାଏ । ଏଥିରେ ବିଲ୍ଟ-ଇନ୍ ମାଇକ୍ରୋଫୋନ୍ ରହିଛି ଯାହା ଗୁଗୁଲ ଆସିଷ୍ଟାନ୍ସ ଏବଂ କମ୍ପାଟିବୁଲ୍ । ବ୍ୟବହାରକାରୀଙ୍କ ମନୋରଞ୍ଜନର ଆନନ୍ଦ ନେବା ସହ ସାଙ୍ଗଙ୍କ ସହିତ କଥା ହେବା, ବିଭିନ୍ନ ସୂଚନା ପାଇବା, ନୋଟିଫିକେସନ୍ସ୍, ମ୍ୟୁଜିକ୍ ଶୁଣିବା ସହ ସେଟ୍ ରିମାଇଣ୍ଡରସ୍ ଭଳି ଫିଚର ଉପଲବ୍ଧ । ଡବ୍ଲ୍ୟୁଆଇ-ସି୬୦୦ଏନ୍ ୱାନ ଟଚ୍ ଲିସିନିଂକୁ ସପୋର୍ଟ କରିଥାଏ । ଫଳରେ ବ୍ୟବହାରକାରୀ ନିଜ ପସନ୍ଦର ମ୍ୟୁଜିକ୍ ବ୍ଲ୍ୟୁଟୁଥ୍ ମାଧ୍ୟମରେ ସେମାନଙ୍କ ସ୍ମାର୍ଟଫୋନ୍ ସହାୟତାରେ ଡବ୍ଲ୍ୟୁଆଇ-ସି୬୦୦ଏନ୍ର ଏନ୍ଏଫ୍ସି ଲୋଗୋ ଟ୍ୟାପ୍ କରି ଉପଲବ୍ଧ କରିପାରିବେ । ଏହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଦ୍ୱାରା ସମ୍ଭବ ହେବ । ଡବ୍ଲ୍ୟୁଆଇ-ସି୬୦୦ଏନ୍ ଦେଶ ବ୍ୟାପି ସମସ୍ତ ସୋନି ସେଣ୍ଟର ଏବଂ ପ୍ରମୁଖ ଇଲୋକ୍ଟ୍ରନିକ୍ସ୍ ଷ୍ଟୋର୍ରେ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୦, ୯୯୦ଟଙ୍କା ରହିଥିବା ବେଳେ ଏହା କଳା ରଙ୍ଗରେ ଉପଲବ୍ଧ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ