ବଜାରରେ ସୋନି ହେଡ଼ଫୋନ୍ ଡବ୍ଲ୍ୟୁଏଚ୍-ଏକ୍ସବି ୭ଠଠ

ନୂଆଦିଲ୍ଲୀ, (ଏଜେନ୍ସି): ସୋନି ପକ୍ଷରୁ ସଙ୍ଗୀତ ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ଏହାର ନୂଆ ୱେୟାରଲେସ୍ ଏକ୍ସଟ୍ରାବାସ୍ ହେଡ଼ଫୋନ୍, ଡ଼ବ୍ଲ୍ୟୁଏଚ୍-ଏକ୍ସବି ୭୦୦ର ଶୁଭାରମ୍ଭ କରାଯାଇଛି । ଏହି ହେଡ଼ଫୋନ୍ ପୂର୍ବ ଏକ୍ସଟ୍ରାବାସ୍ ହେଡ଼ଫୋନ୍ଗୁଡ଼ିକର ଉକ୍ତୃଷ୍ଟ ଫିଚର୍ ପ୍ରଦାନ କରିବା ସହ କିଛି ନୂଆ ବୈଶିଷ୍ଟ୍ୟ, ଯେପରିକି ସ୍ୱର, ସ୍ପଷ୍ଟତା ଏବଂ ଏକ ଆକର୍ଷଣୀୟ ଶବ୍ଦ ଅନୁଭବକୁ ସାମିଲ କରିଛି । ଉକ୍ତ ହେଡ଼ଫୋନ୍ଗୁଡ଼ିକ ୧୫ ଏପ୍ରିଲ ୨୦୧୯ରୁ କଳା ଏବଂ ନୀଳ ରଙ୍ଗରେ ମାତ୍ର ୮,୯୯୦ଟଙ୍କାରେ ଉପଳବ୍ଧ ହେଉଛି । ଏଥିରେ ଏକ ନୂଆ ଏକ୍ସଟ୍ରା ବାସ ଶବ୍ଦ ଥିବା କାରଣରୁ ସଙ୍ଗୀତ ପ୍ରେମୀମାନେ ସେମାନଙ୍କ କାର୍ଯ୍ୟକଳାପରେ ଲିପ୍ତ ସମୟରେ ମଧ୍ୟ ଉଭୟ ଗଭୀର ସ୍ୱର ଏବଂ ସ୍ପଷ୍ଟତା ସହିତ ଉପଭୋଗ କରିପାରିବେ । ଏଥିରେ ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ସହିତ ସାରା ଦିନ ବାସ୍, ୱେୟାରଲେସ୍ ସ୍ୱାଧିନତା ଏବଂ ଏକ ଆରାମଦାୟକ ପିନ୍ଧିବା ଅନୁଭୂତି । ଡବ୍ଲ୍ୟୁଏଚ୍ଏକ୍ସବି ୭୦୦ ହେଡ଼୍ଫୋନ୍ଗୁଡ଼ିକ ୧୦ ମିନିଟ୍ ଚାର୍ଜ ଦ୍ୱାରା ଦେଢ ଘଣ୍ଟା ୱେୟାରଲେସ୍ ପ୍ଲେବ୍ୟାକ୍ ଉପଲବ୍ଧ କରାଉଛି । ଏହାର ବଳୟାକାର ସିଧା ଫୋଲ୍ଡିଂ ଗ୍ରାହକମାନେ ଯାଉଥିବା ପ୍ରତ୍ୟେକ ସ୍ଥାନକୁ ସଙ୍ଗୀତ ନେଇଯିବାର ପ୍ରତିଶୃତି ପ୍ରଦାନ କରୁଛନ୍ତି । ସୋନି ଡବ୍ଲ୍ୟୁଏଚ-ଏକ୍ସବି ୭୦୦ ହେଡ଼ଫୋନ୍ କନେକ୍ଟ ଆପ୍ ଦ୍ୱାରା ଏକ ସ୍ମାର୍ଟ ଶ୍ରବଣ ଅନୁଭବ ଉପଲବ୍ଧ କରିଥାଏ । ଯାହାକି ସ୍ପଷ୍ଟ ବାସ୍ ସରାଉଣ୍ଡ (ଭିପିଟି) ଏବଂ ସାଉଣ୍ଡ ପୋଜିସନ୍ କଣ୍ଟ୍ରୋଲ୍କୁ କଷ୍ଟମାଇଜ୍ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ